ତେଣୁ ଏସବୁ ଭିତରେ ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ କ’ଣ କହିବେ ତା ଉପରେ ସଭିଙ୍କ ନଜର ରହିଛି । କୁହାଯାଉଛି, ଚାଇନା ସହିତ ବିବାଦ ପ୍ରସଙ୍ଗରେ ମୋଦି କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରିପାରନ୍ତି । ତେବେ ଏନେଇ ପିଏମଓ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।
ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅର୍ଗସ ବ୍ୟୁରୋ: ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରାହ୍ନ ୪ଟା ସମୟରେ ଦେଶବାସୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଆଜି ଅନଲକ-୧ ଶେଷ ହେବାକୁ ଯାଉଛି । ଜୁଲାଇ ୧ରୁ ୩୧ ଯାଏଁ କେବଳ କଣ୍ଟେଟମେଂଟ ଜୋନରେ ଲକଡାଉନ ପାଳନ କରାଯିବ । ସେପଟେ କେନ୍ଦ୍ର ସରକାର ଭାରତ-ଚାଇନା ବିବାଦକୁ ଦୃଷ୍ଟିରେ ରଖି ଗତକାଲି ୫୯ଟି ଚାଇନିଜ ଆପକୁ ବ୍ୟାନ କରିଛନ୍ତି ।
Download Argus News App
