ଯଦି କେହି କାଉଡ଼ିଆ ହରିଦ୍ୱାରକୁ ଗୁପ୍ତରେ ସୂଚନା ନ ଦେଇ ଆସନ୍ତି, ତେବେ ସେ ପ୍ରଶାସନ ହାତରେ ଧରା ପଡିଲେ 14 ଦିନ କ୍ୱାରାଣ୍ଟିନରେ ରହିବେ ଏବଂ ନିଜର ସମସ୍ତ ଖର୍ଚ୍ଚ ସେ ନିଜେ ବହନ କରିବେ। କିନ୍ତୁ ଜଳ ଉଠାଇବାକୁ ଅନୁମତି ମିଳିବ ନାହିଁ। ତେଣୁ ଏଥର ହରିଦ୍ୱାରକୁ ନ ଯିବା ଭଲ ହେବ ବୋଲି ଅନେକ ଶୈବ ଭକ୍ତ ମଧ୍ୟ କହିଛନ୍ତି।
ଏ ନେଇ ବୁଧବାର ଦିନ ଉତ୍ତରପ୍ରଦେଶର ଯମୁନାଗର, ହରିୟାଣାର କର୍ଣ୍ଣଲ, ମୁଜାଫରନଗର, ସାହାରନପୁର, ବିଜନୋର ଏବଂ ହରିଦ୍ୱାରର ପୋଲିସ ଏବଂ ବିଭିନ୍ୟ ପ୍ରଶାସନିକ ଅଧିକାରୀଙ୍କ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ କରୋନା ସଂକ୍ରମଣରେ କୌଣସି ରିସ୍କ ନିଆଯାଇପାରିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି।
ହରିଦ୍ୱାର ଡିଏମ ସି ରବି ଶଙ୍କର କହିଛନ୍ତି ଯେ, ଲୋକଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଶ୍ରାବଣ କାଉଡ଼ିଆ ଯାତ୍ରା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗିବ। କାଉଡ଼ିଆଙ୍କୁ ସହରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ, କିନ୍ତୁ ଯଦି କୌଣସି କାଉଡ଼ିଆ ଟ୍ରେନ୍ କିମ୍ବା ଅନ୍ୟାନ୍ୟ ଉପାୟରେ ସହରକୁ ପ୍ରବେଶ କରନ୍ତି, ତେବେ ନିଜ ଖର୍ଚ୍ଚରେ 14 ଦିନ ପାଇଁ କ୍ୟାରେଣ୍ଟିନ କରାଯିବ।
ପ୍ରତିବର୍ଷ ହଜାର ହଜାର ଭକ୍ତ ହରିଦ୍ୱାରର ଗଙ୍ଗା ନଦୀରୁ ଜଳ ନେଇ କାଉଡ଼ିଆ ଯାତ୍ରାରେ ଭଗବାନ ଶିବଙ୍କ ମନ୍ଦିରରେ ଜଳ ଉତ୍ସର୍ଗ କରନ୍ତି। ଏଥର କରୋନା ସଂକ୍ରମଣ ହେତୁ ଏହି ଯାତ୍ରା ବାତିଲ କରାଯାଇଛି।