ସେହିପରି ଭାରତର ଅନି ଘନିଷ୍ଠ ବନ୍ଧୁ ଋଷରୁ ଆସିବ 33ଟି ଲଢୁଆ ବିମାନ । ଯେଉଁଥିରେ ରହିଛି 12ଟି ଶକ୍ତିଶାଳୀ ସୁଖୋଇ-30MKI ସହ 21ଟି ମିଗ୍-29 ଫାଇଟର ଜେଟ୍ । ଏଥିସହିତ ଭାରତରେ ଆଗରୁ ଥିବା 59ଟି ମିଗ୍ ଜେଟ୍ ହେବ ଅପଗ୍ରେଡ୍ । ଏହି ଅପଗ୍ରେଡ୍ ପାଇଁ ଖର୍ଚ୍ଚ ହେବ 18,148 କୋଟି ଟଙ୍କା । କେବଳ ସେତିକି ନୁହେଁ ବାୟୁସେନା ଓ ନୌସେନା ପାଇଁ ନୂଆ ଏବଂ ଅତ୍ୟାଧୁନିକ ଏୟାର ମିସାଇଲ୍ ବି କିଣାଯିବାର ଅଛି । ମୋଟ୍ 248ଟି ଏୟାର ମିସାଇଲ୍ କିଣିବାକୁ ଯାଉଛି ଭାରତ ।
ଯେଉଁଥିରେ ଘାତକ ପିନାକା ଓ ଅସ୍ତ୍ର ମିସାଇଲ ବି ସାମିଲ ଅଛି । ସେପଟେ DRDO ଦ୍ୱାରା ନିର୍ମିତ କ୍ରୁଜ୍ ମିସାଇଲକୁ ଯୁଦ୍ଧ ପାଇଁ ବ୍ୟବହାର ଅନୁମତି ମଧ୍ୟ ମିଳିସାରିଛି । ସେପଟେ ଫ୍ରାନ୍ସ ଆସନ୍ତା 3 ସପ୍ତାହ ମଧ୍ୟରେ ଭାରତକୁ 6ଟି ରାଫେଲ ଫାଇଟର ଜେଟ୍ ପଠାଉଛି । ଫ୍ରାନ୍ସରେ ସ୍ୱତନ୍ତ୍ର ଟ୍ରେନିଂ ପ୍ରାପ୍ତ ଭାରତୀୟ ପାଇଲଟ ଏହି ଜେଟକୁ ଉଡାଇ ହରିଆଣା ସ୍ଥିତ ଅମ୍ବାଲା ଏୟାରବେସରେ ଲ୍ୟାଣ୍ଡିଂ କରାଇବେ ।
ସେପଟେ ଋଷ ପଠାଉଛି ଏସ-400 ଆଣ୍ଟି ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ । ଅନ୍ୟପଟେ ଇସ୍ରାଏଲ ଠାରୁ ସରଭିଲିଏନ୍ସ ଡ୍ରୋନ୍ ଓ ସ୍ପାଇସ୍ 2000 ବମ୍ ପାଇଁ ମଧ୍ୟ ଆଲୋଚନା ଜାରି ରଖିଛି ଭାରତ । ପୂର୍ବରୁ ଭାରତୀୟ ସେନାକୁ 500 କୋଟିର ସାମରିକ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ମଧ୍ୟ ଅନୁମତି ଦିଆସରିଛି । ଚୀନ ସହ ସୀମା ବିବାଦ ପରେ ଭାରତ ପୁରା ଦମରେ ଆରମ୍ଭ କରିଦେଇଛି ଏହାର ପ୍ରସ୍ତୁତି ।