ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ, 5 ଜଣ ପାଟନାରେ, ପୂର୍ବ ଚମ୍ପାରଣରୁ 4 ଜଣ, ସମସ୍ତିପୁର ଓ କଟିହାରରୁ 3 ଜଣ ଲେଖାଁଏ ଏବଂ ଶିବହାରରୁ 2 ଜଣ ବଜ୍ରପାତରେ ପ୍ରାଣ ହରାଇଛନ୍ତି । ଏହାସହ 48 ଘଣ୍ଟା ମଧ୍ୟରେ ବିହାରରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।
ଗତ ମଙ୍ଗଳବାର ବିହାରର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ନେଇଥିଲା 11 ଜଣଙ୍କ ଜୀବନ । ସେହିଭଳି ଜୁନ 26ରେ ବିହାରର ବିଭିନ୍ନ ସ୍ଥାନରେ ପାଖାପାଖି 96 ଜଣ ବଜ୍ରପାତରେ ପ୍ରାଣ ହରାଇଥିଲେ ।