ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ମଧ୍ୟ କହିଛନ୍ତି ଯେ ଗତ ଶତାବ୍ଦୀରେ ବିସ୍ତାରବାଦ ମାନବିକତା ପାଇଁ ସର୍ବାଧିକ କ୍ଷତି କରିଛି । ମାନବିକତାକୁ ନଷ୍ଟ କରିବା ପାଇଁ କାର୍ଯ୍ୟ କରିଛି । ଯେତେବେଳେ ବିସ୍ତାରବାଦର ଭୁତ କାହା ମୁଣ୍ଡ ଉପରେ ପଡିଥାଏ, ଏହା ସର୍ବଦା ବିଶ୍ୱ ଶାନ୍ତି ପାଇଁ ବିପଦ ସୃଷ୍ଟି କରିଥାଏ । ଇତିହାସ ସାକ୍ଷୀ ଯେ ଏହି ପରି ଶକ୍ତି ଗୁଡିକ ହଜି ଯାଇଛନ୍ତି ।
ସମଗ୍ର ବିଶ୍ୱରେ ବିସ୍ତାରବାଦ ବିରୋଧରେ ସ୍ୱର ଉତ୍ତୋଳନ କରାଯାଉଛି । ଆଜି ବିଶ୍ୱ ବିକାଶ ପାଇଁ ସମର୍ପିତ । ଆଜି ବିଶ୍ୱ ବିକାଶର ଖୋଲା ପ୍ରତିଯୋଗିତାକୁ ସ୍ୱାଗତ କରୁଛି । ଯେତେବେଳେ ବି ମୁଁ ଜାତୀୟ ପ୍ରତିରକ୍ଷା ସହିତ ଜଡିତ ନିଷ୍ପତ୍ତି ବିଷୟରେ ଚିନ୍ତା କରେ, ମୋର ଦୁଇ ମାତା ମନେ ପଡ଼ନ୍ତି । ପ୍ରଥମ- ଭାରତଜ ମାତା । ଦ୍ୱିତୀୟ- ସେହି ସାହସୀ ମାତାମାନେ ଯେଉଁମାନେ ତୁମ ପରି ଶକ୍ତିଶାଳୀ ଯୋଦ୍ଧାମାନଙ୍କୁ ଜନ୍ମ ଦେଇଛନ୍ତି । ଏହି ବାର୍ତ୍ତା ଚୀନ ପାଇଁ ଏକ ଶକ୍ତ ବାର୍ତ୍ତା ଏବଂ ବିଶ୍ୱ ସମୁଦାୟ ପାଇଁ ବିସ୍ତାର ବାଦ ଲଢେଇରେ ଆହ୍ୱାନର ବାର୍ତ୍ତା ବୋଲି ଚର୍ଚ୍ଚା ହେଉଛି ।