ଶ୍ରୀ ପ୍ରଧାନ କହିଛନ୍ତି ଚଳିତବର୍ଷ ଡିସେମ୍ବର ସୁଦ୍ଧା କୋଟାରେ ଆରଏସଜିଲ ତଥା ଆରଏସପିସିଏଲ ଏବଂ ଗେଲ୍ ଗ୍ୟାସର ମିଳିତ ଉଦ୍ୟମରେ ୧୦ ହଜାର ଘରକୁ ନୂଆ ପିଏନଜି ସଂଯୋଗ କରାଯିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଏହାସହ ୩ଟି ନୂଆ ସିଏନଜି ଷ୍ଟେସନର କାମ ମଧ୍ୟ ଶେଷ କରାଯିବ । ଆରଏସଜିଏଲର ଅଧିକାରୀମାନେ ସ୍ୱଚ୍ଛ ଇନ୍ଧନର ବିକାଶ ପାଇଁ ସ୍ଥାନୀୟ ଶିଳ୍ପ ସଂସ୍ଥା ଗୁଡିକୁ ପ୍ରାକୃତିକ ଗ୍ୟାସ ଯୋଗାଉଛନ୍ତି ।
କୋଭିଡ-୧୯ ଚ୍ୟାଲେଞ୍ଜ ସତ୍ୱେ ସିଜିଡି ନେଟୱାର୍କର ସଂପ୍ରସାରଣ ଏବଂ ଗ୍ୟାସ ଭିତିଭୂମି ପ୍ରକଳ୍ପ ଆଗେଇ ଚାଲିଛି । ରାଜସ୍ଥାନ ଏବଂ କୋଟାରେ ପରିବହନ, ଶିଳ୍ପ ଏବଂ ଘରୋଇ କ୍ଷେତ୍ରରେ ସିଏନଜି ଏବଂ ପିଏନଜି ଯୋଗାଇବାକୁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।