ସେହିପରି ହାଇଦ୍ରାବାଦର ନିଜାମ ଇନଷ୍ଟିଟ୍ୟୁଟ ଅଫ ମେଡିକାଲ ସାଇନସେନ୍ସରେ ମଙ୍ଗଳବାର ଏହି ଟ୍ରାଏଲ ପ୍ରକ୍ରିୟା ଆରମ୍ଭ ବି ହୋଇସାରିଛି । କ୍ଲିନିକାଲ ଟ୍ରାଏଲର ରେଜିଷ୍ଟ୍ରୀ ଅନୁଯାୟୀ ଭ୍ଯାକ୍ସିନର ପ୍ରଥମ ଏନରୋଲମେଂଟ 12 ଜୁଲାଇରେ ହେବ । ତେବେ ସଂପୃକ୍ତ 12ଟି ସଂସ୍ଥା ପାର୍ଟିସିପେଂଟନ୍ସଙ୍କୁ ଏନରୋଲ କରିବା ଆରମ୍ଭ ହୋଇସାରିଛି । ଏହାସହ ଏହି ଭ୍ୟାକ୍ସିନର କ୍ୱାଲିଟି ଓ ସେଫଟି ଟେଷ୍ଟ କରାଯାଉଛି । ତେବେ ଏହି ଟେଷ୍ଟରେ କୌଣସି ତରବରିଆ ପଦକ୍ଷେପ ନିଆଯାଇପାରିବ ନାହିଁ । କାରଣ ଏହା ଦ୍ୱାରା ସୁନିଶ୍ଚିତ କରାଯିବ ଯେ, ଭ୍ୟାକ୍ସିନ ମଣିଷ ଶରୀର ପାଇଁ ସୁରକ୍ଷିତ କି ନୁହେଁ ।
ତେବେ ସଂସ୍ଥା ଗୁଡିକୁ ଭ୍ୟାକ୍ସିନର ଟେଷ୍ଟିଂର ଷ୍ଟକ୍ ପହଁଚିବା ପରେ ଏହାର ଟେଷ୍ଟିଂ ଆରମ୍ଭ ହୋଇପାରେ । ତେବେ କୋଭ୍ୟାକ୍ସିନର ଫେଜ 1ରେ 375 ଜଣଙ୍କ ଉପରେ କ୍ଲିନିକାଲ ଟ୍ରାଏଲ୍ କରାଯିବ । ନିମ୍ସର ଡାଇରେକ୍ଟର କେ. ମନୋହର କହିଛନ୍ତି, ସୁସ୍ଥ ଲୋକଙ୍କୁ ବଛାଯିବ ଓ ସେମାନଙ୍କ ବ୍ଲଡ ସ୍ୟାମ୍ପଲ କଲେକ୍ଟ କରାଯିବ । ଏହି ସ୍ୟାମ୍ପଲକୁ ନୂଆଦିଲ୍ଲୀ ଲ୍ୟାବକୁ ପଠାଯିବ । ସେଠାରୁ ଗ୍ରୀନ ସିଗନାଲ ମିଳିବା ପରେ ସେହି ବ୍ୟକ୍ତିମାନଙ୍କର ଯାଂଚ ପରେ ସେମାନଙ୍କୁ ଭ୍ୟାକ୍ସିନର ପ୍ରଥମ ସଟ ବା ଡୋଜ ଦିଆଯିବ । ସମସ୍ତ ଡିଟେଲ୍ସ ଆଇସିଏମଆରକୁ ପଠାଯିବ । ସେଠାରେ ଡେଟା ଆନାଲାଇଜ୍ କରାଯାଉଛି । ତେବେ ଏହି ହ୍ୟୁମ୍ୟାନ ଟ୍ରାଏଲ ପାଇଁ ଅତିକମରେ 30 ଲୋକଙ୍କର ଆବଶ୍ୟକତା ରହିଛି । ତେବେ ଟ୍ରାଏଲ ରେଜିଷ୍ଟ୍ରୀର ପ୍ରୋଟୋକଲ୍ ଅନୁଯାୟୀ ପ୍ରଥମ ଫେଜ ଟ୍ରାଏଲ ପାଇଁ ପାଖାପାଖି ଏକ ମାସର ସମୟ ଲାଗିବ । ସେହି ଡେଟା ଡ୍ରଗ କଂଟ୍ରୋଲର ଅଫ ଇଣ୍ଡିଆ ନିକଟକୁ ପଠାଯିବ ଏହା ପରେ ଦ୍ୱିତୀୟ ଫେଜ ପାଇଁ ଅନୁମତି ମିଳିପାରିବ।