ପୂର୍ବରୁ ସ୍ୱଳ୍ପ ଦୂରଗାମୀ ପଣ୍ୟ ପରିବହନ ପାଇଁ ଅତି କମରେ ୧୦୦ କିମି ପର୍ଯ୍ୟନ୍ତ ପରିବହନ ବାବଦରେ ଭଡା ଧାର୍ଯ୍ୟ କରାଯାଇଥିଲା । ଏହି ରିହାତି କୋଇଲା, ଲୁହାପଥର, ଲୌହ ଜାତୀୟ ସାମଗ୍ରୀ, ସାମରିକ ଦ୍ରବ୍ୟ ପରିବହନ, ରେଳବାଇ ସରଞ୍ଜାମ ଏବଂ କଣ୍ଟେନର ପରିବହନ ବ୍ୟତୀତ ଅନ୍ୟ ସମସ୍ତ ସାମଗ୍ରୀ ପରିବହନ ପାଇଁ ଲାଗୁ ହେବ । ଏହା ରିହାତିକୁ ୨୦୨୦ ଜୁଲାଇ ମାସ ପହିଲା ଠାରୁ ୨୦୧୧ ଜୁନ ମାସ ୩୦ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯାଇଅଛି । ଏହା ବ୍ୟତୀତ ଅନ୍ୟ କୌଣସି ରିହାତି କାର୍ଯ୍ୟକାରୀ କରାଯିବ ନାହିଁ । କେବଳ ଦେଶର ପୂର୍ବୋତ୍ତର କ୍ଷେତ୍ରକୁ ଏବଂ ଏହାର ପରିସୀମା ମଧ୍ୟରୁ ପଣ୍ୟ ପରିବହନ ପାଇଁ ୬% ରିହାତି ଲାଗୁ କରାଯିବ ।
ଅଧିକ ଦୂରତ୍ୱ ପଣ୍ୟ ପରିବହନ ପାଇଁ ରେଳ ମନ୍ତ୍ରଣାଳୟ ମଧ୍ୟ ରିହାତି ନିୟମାବଳୀ ଜାରି କରିଛି । ଏହି ନିୟମାବଳୀ ଆଧାରରେ କୋଇଲା ଓ କୋକ ପରିବହନ କ୍ଷେତ୍ରରେ ୧୪୦୦ କିମିରୁ ଅଧିକ ଦୂରତ୍ୱ ଏବଂ ଲୁହା ଓ ଷ୍ଟିଲ ପରିବହନ କ୍ଷେତ୍ରରେ ୧୬୦୦ କିମିରୁ ଅଧିକ ଦୂରତ୍ୱ ପାଇଁ ୨୦% ରିହାତି ଯୋଜନା କରିଥିବାବେଳେ ଲୁହା ପଥର ପରିବହନ କ୍ଷେତ୍ରରେ ୧୫୦୦କିମିରୁ ଅଧିକ ଦୂରତ୍ୱ ପାଇଁ ୨୦% ଏବଂ ୭୦୧ ରୁ ୧୫୦୦ କିମି ଦୂରତ୍ୱ ପାଇଁ ୧୫% ରିହାତି ଯୋଜନା କରିଛି ।
ଏହି ସବୁ ରିହାତି ସାଧାରଣ ଶୁଳ୍କ ଦର (ଏନଟିଆର) ଆଧାରରେ ଟ୍ରେନ ବୋଝେଇ ପାଇଁ ଲାଗୁହେବ । ଏଥିପାଇଁ ରେଳବାଇ ମଧ୍ୟ ଶିଳ୍ପ ଓ ବାଣିଜ୍ୟ ଉଦ୍ୟୋଗ ସହିତ ନିରନ୍ତର ସଂଯୋଜନା ଜାରିରଖି ଅଧିକ ପଣ୍ୟ ପରିବହନ ପାଇଁ ପଦକ୍ଷେପ ନେବା ଏବଂ ଏହା ରେଳବାଇ ବୋର୍ଡ ଦ୍ୱାରା ମଧ୍ୟ ମଝିରେ ମଝିରେ ଦୃଷ୍ଟି ଦିଆଯିବ । ଗ୍ରାହକମାନେ ଏହି ରିହାତି ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ନିକଟସ୍ଥ ରେଳବାଇ ଗୁଡ଼ସସେଡ କିମ୍ବା ଷ୍ଟେସନ ମାନଙ୍କ ଠାରେ ଯୋଗାଯୋଗ କରିପାରିବେ ।