ସୂଚନାମୁତାବକ, ଶୁକ୍ରବାର କାନପୁରରେ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଗୁଳିକାଣ୍ଡରେ ୮ଜଣ ପୋଲିସ କର୍ମଚାରୀ ଶହୀଦ ହୋଇଥିଲେ। ସେହି ଦିନଠାରୁ ବିକାଶ ଫେରାର ଥିଲା । ବିକାଶଙ୍କୁ ଗିରଫ କରିବା ପାଇଁ କାନପୁର ପୋଲିସ ତାଙ୍କ ନାଁରେ ୫ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା।
ମାଷ୍ଟରମାଇଣ୍ଡ ବିକାଶ ଦୁବେ ଏନକାଉଣ୍ଟରରେ ନିହତ !

କାନପୁର: ଆଠ ପୋଲିସ୍କର୍ମିଙ୍କୁ ହତ୍ୟା କରିଥିବା ମାଷ୍ଟରମାଇଣ୍ଡ ବିକାଶ ଦୁବେ ଏନକାଉଣ୍ଟରରେ ନିହତ ହୋଇଛି । ୟୁପି ଏସଟିଏଫର ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି କାରରେ ଗିରଫ ହୋଇଥିବା ବିକାଶ ଦୁବେ ଥିବା କୁହାଯାଉଛି । ଏହି ଦୁର୍ଘଟଣାରେ କାର୍ଟି ଓଲଟି ଯାଇଥିଲା । ତେବେ ଦୁର୍ଘଟଣା ପରେ ବିକାସ ପୋଲିସର ବନ୍ଧୁକ ଛଡାଇବାକୁ ଚେଷ୍ଟା କରିଥିଲା । ଏପରିକି ଖସିଯିବାକୁ ମଧ୍ୟ ଉଦ୍ୟମ କରିଥିଲା । ପୋଲିସ ସହ ତାହାର ମୁହାଁମୁହିଁ ମଧ୍ୟ ହୋଇଥିଲା । ଉଭୟ ପକ୍ଷର ଏନକାଉଣ୍ଟରରେ ବିକାଶ ପ୍ରାଣ ହରାଇଥିବା କୁହାଯାଉଛି ।
ମୋଦି ସରକାର ଆସିବା ପରେ ରାଜ୍ୟରେ ଗୃହ କମିଟିକୁ ରେଳ ଅନୁଦାନ ଦାବୀ ପାଇଁ ଦିଲ୍ଲୀ ଯିବାକୁ ପଡ଼ୁନାହିଁ

ଅର୍ଗସ ବ୍ୟୁରୋ : ମୋଦି ସରକାର ଆସିବା ପରେ ଓଡ଼ିଶା ବିଧାନସଭାରୁ ଗୃହ କମିଟିକୁ ରେଳ ଅନୁଦାନ ବଢ଼ାଇବା ଦାବୀ ପାଇଁ ଆଉ ଦିଲ୍ଲୀ ଯିବାକୁ ପଡ଼ୁନାହିଁ ବୋଲି ଗୁରୁବାର ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନ ଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ର
Download Argus News App
