ଷ୍ଟାଡିୟମର E, F,G, ଏବଂ H ବ୍ଲକରେ ପୋଲିସକର୍ମୀଙ୍କ ପାଇଁ କ୍ୱାରେଣ୍ଟାଇନ ସେଣ୍ଟର ନିର୍ମାଣ କରାଯିବ । ଆବଶ୍ୟକ ସ୍ଥଳେ ଅନ୍ୟ ବ୍ଲକ ଗୁଡିକୁ ମଧ୍ୟ ବ୍ୟବହାର ପାଇଁ ଖୋଲାଯିବ । ଏହା ପୂର୍ବରୁ ବେଙ୍ଗଲ କ୍ରିକେଟ ଆସୋସିଏସନ ରାଜ୍ୟ ସରକାରଙ୍କୁ ଆବଶ୍ୟକ ସ୍ଥଳେ ଇଡେନ ଗାର୍ଡେନ ଖୋଲିବାକୁ କହିଥିଲା । କିନ୍ତୁ ଏବେ କୋଲକାତା ପୋଲିସ ଏଠାରେ ଅସ୍ଥାୟୀ କ୍ୱାରେଣ୍ଟାଇନ ସେଣ୍ଟର ଖୋଲିବାକୁ ଅନୁମତି ମାଗିଛି । ଯାହାକୁ ଆସୋସିଏସନର ଅଧ୍ୟକ୍ଷ ଅବିଶେକ ଡାଲମିଆ ସ୍ୱାଗତ କରିଛନ୍ତି ।
କ୍ରିକେଟ ଇତିହାସରେ ଅନେକ ସ୍ମରଣୀୟ ମ୍ୟାଚର ସାକ୍ଷି ସାଜିଛି ଏହି ଷ୍ଟାଡିୟମ । 80 ହଜାର ଦର୍ଶକ ବସିବା ବ୍ୟବସ୍ଥା ଥିବା ଏହି ଷ୍ଟାଡିୟମ 156 ବର୍ଷ ତଳେ ନିର୍ମାଣ କରାଯାଇଥିଲା । 1987, 1996 ଓ 2011 ବିଶ୍ୱକପର ଅନେକ ମ୍ୟାଚ ଏହି ଷ୍ଟାଡିୟମରେ ଖେଳାଯାଇଥିଲା । ହେଲେ କରୋନା ପାଇଁ କ୍ରିକେଟ ବନ୍ଦ ରହିଛି । ଏଣୁ ଏହି ଷ୍ଟାଡିୟମକୁ କ୍ୱାରେଣ୍ଟାଇନ ସେଣ୍ଟରରେ ପରିଣତ କରିଯାଉଛି ।