ନିଆଁକୁ ଆୟତ କରିବା ପାଇଁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛି । ତେବେ ଅଗ୍ନିକାଣ୍ଡ ଭୟଙ୍କର ହେବାରେ ଲାଗିଛି । ନିଆଁରେ ଆହାତ ହୋଇଥିବା ଲୋକମାନଙ୍କୁ ଗାଜୁବାକା ର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
କେମିକାଲ ଫ୍ୟାକ୍ଟ୍ରିରେ ଭୀଷଣ ଅଗ୍ନିକାଣ୍ଡ, ଉଦ୍ଧାର କାର୍ଯ୍ୟ ଜାରି

ଅର୍ଗସ ବ୍ୟୁରୋ: ଆନ୍ଧ୍ରର ବିଶାଖାପାଟଣା ସହରରେ କେମିକାଲ ଫ୍ୟାକ୍ଟ୍ରିରେ ଭୀଷଣ ଅଗ୍ନିକାଣ୍ଡ । ଭାଇଜାକ୍ ଜିଲ୍ଲାର ଫାର୍ମା କମ୍ପାନୀରେଏହି ଅଗ୍ନିକାଣ୍ଡ ଘଟିଛି । ଲାଗିଥିବା ନିଆଁରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି। ତେବେ କେତେ ମୃତାହତ ହୋଇଛନ୍ତି ସେନେଇ ସଠିକ ସୂଚନା ଆସିନାହିଁ। ରାତି ସାଢେ ୧୦ରେ ଏହି ଅଗ୍ନିକାଣ୍ଡ ଘଟିଥିବା ସ୍ଥାନୀୟ ଲୋକେ କହିବା ସହ ୧୫ଟି ବଡ଼ ବିସ୍ଫୋରଣର ଶବ୍ଦ ଶୁଣିଥିବା ଲୋକେ କହିଛନ୍ତି ।
ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରିବା ଅଭିଯୋଗରେ ପ୍ରଧାନ ଶିକ୍ଷକ ନିଲମ୍ବିତ

କେନ୍ଦୁଝର: ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରିବା ଅଭିଯୋଗରେ ପ୍ରଧାନ ଶିକ୍ଷକ ନିଲମ୍ବିତ । କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅନ୍ତର୍ଗତ ବିଲା ରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ବେହେରା ନିଲମ୍ଵିତ ହୋଇଛନ୍ତି । ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ନିଲମ୍ବିତ କରାଯିବା ସହ ନିଲମ୍ବନ ଅବଧିରେ ସେ ଜିଲ୍ଲା ଶିକ୍ଷାଅଧିକାରୀଙ୍
Download Argus News App
