ବିକାଶ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ଓଡ଼ିଶା ଏବଂ ୟୁପିର 2 ଜଣ ଲୋକ ତାଙ୍କଠାରୁ ରାଜ୍ୟସଭା ଟିକେଟ ଦେବା ନାଁରେ 13.35 ଲକ୍ଷ ଟଙ୍କା ଠକେଇ କରିଛନ୍ତି। ଓଡ଼ିଶାର ନିଲେଶ ଏବଂ ୟୁପିର ସିଦ୍ଧାର୍ଥ ନାମକ ଏହି ଦୁଇ ଜଣ ବ୍ୟକ୍ତି ଠକେଇ କରିଛନ୍ତି। ନିଲେଶର ବନ୍ଧୁ ସିଦ୍ଧାର୍ଥ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଖ ଲୋକ ବୋଲି ବିକାଶଙ୍କୁ କହିଥିଲେ, ଏବଂ ଏହି ଆଧାରରେ ବିକାଶଙ୍କୁ ଏକ ରାଜ୍ୟସଭା ଟିକେଟ ଦେବେ ବୋଲି କହିଥିଲେ।
ତେବେ ଏହି ବାବଦକୁ ସେମାନେ ବିକାଶଙ୍କୁ 13.35 ଲକ୍ଷ ଟଙ୍କା ମାଗିଥିଲେ। ଫଳରେ ବିକାଶ ତାଙ୍କୁ ଟଙ୍କା ଦେଇଥିଲେ, କିନ୍ତୁ ଟଙ୍କା ଦେବା ପରେ ବିକାଶଙ୍କୁ ନା ରାଜ୍ୟସଭା ପାଇଁ ଟିକେଟ ମିଳିଥିଲା ନା ଟଙ୍କା ପୁଣି ଥରେ ଫେରି ପାଇଥିଲେ। ଏହି ଘଟଣା ପରେ ସେ ଧର୍ମଶାଳା ଥାନାରେ ଏତଲା ଦେଇଥିଲେ। ବିକାଶଙ୍କ ଏତଲା ଆଧାରରେ ଏବେ ପୁଲିସ ଛାନବିନ୍ କରୁଛି।