ଆମେରିକାର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି 12 ଲକ୍ଷଣ ବିଶିଷ୍ଟ ଏହି ସୂଚିରେ ଏବେ ନୂଆ 3 ଲକ୍ଷଣକୁ ସାମିଲ କରିଛି । ୩ଟି ନୂଆ ଲକ୍ଷଣଗୁଡିକ ହେଉଛି, ନାକ ରୁନ୍ଧ ହେବା ଓ ସିଙ୍ଘାଣି ବୋହିବା, ବାନ୍ତି ବାନ୍ତି ଲାଗିବା ଏବଂ ତରଳ ଝାଡ଼ା ହେବା । ଏହା ପୂର୍ବରୁ ‘ସିଡିସି’ ଜ୍ୱର, ଥଣ୍ଡା, କାଶ, ଅଣନିଃଶ୍ୱାସୀ, ଅବସନ୍ନତା, ଦେହହାତ ଓ ମାଂଶପେଶୀ ଘୋଳାବିନ୍ଧା, ମୁଣ୍ଡବିନ୍ଧା, ସ୍ୱାଦ ବାରିବା ଏବଂ ଘ୍ରାଣ ଶକ୍ତି ନଷ୍ଟ ହେବା, ତଣ୍ଟି ଦରଜ ଆଦିକୁ କୋଭିଡ୍-୧୯ ଲକ୍ଷଣ ଭାବେ ତାଲିକାଭୁକ୍ତ କରିଥିଲା ।
ଖୁବ୍ ଶୀଘ୍ର ‘ସିଡିସି’ ଉପରୋକ୍ତ ତିନୋଟି ଲକ୍ଷଣକୁ ମଧ୍ୟ ତାଲିକାଭୁକ୍ତ କରିବାକୁ ଯାଉଛି । ଅନ୍ୟପଟେ କରୋନା ଆରମ୍ଭରୁ ମାତ୍ର ତିନୋଟି ଲକ୍ଷଣ ଜଣା ଥିଲା । ତାହା ହେଉଛି ଜ୍ୱର, କାଶ ଏବଂ ଅଣନିଃଶ୍ୱାସୀ ଲାଗିବା । କିନ୍ତୁ ଏପ୍ରିଲ୍ ମାସରେ ‘ସିଡିସି’ ଆଉ ଛଅଟି ନୂଆ ଲକ୍ଷଣ ସେଥିରେ ସାମିଲ କରିଥିଲା । ତେବେ କରୋନା ଲକ୍ଷଣକୁ ନେଇ ଲିଷ୍ଟ ଆହୁରି ଲମ୍ବା ହେବାର ସମ୍ଭାବନା ଥିବା ନେଇ ସିଡିସି ପକ୍ଷରୁ ସୂଚନା ମିଳିଛି ।