ଏଭଳି ଏକ ଦୃଶ୍ୟ ସୋସଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ଜଣେ କୋଭିଡ-19 ରୋଗୀଙ୍କ ମୃତଦେହକୁ କିଛି ସ୍ୱାସ୍ଥ୍ୟକର୍ମୀ ଏକ ଗର୍ତ୍ତରେ ପକାଉଥିବା ଦେଖିବାକୁ ମିଳିଥିଲା । କର୍ଣ୍ଣାଟକ କଂଗ୍ରେସ ସଭାପତି ଡିକେ ଶିବକୁମାର ମଧ୍ୟ ଏହି ଭିଡିଓଟିକୁ ଟ୍ୱିଟରରେ ପୋଷ୍ଟ କରିଥିଲେ । ଏହାସହ ଲେଖିଥିଲେ, ‘ ଏହା ଅତ୍ୟନ୍ତ ଦୁଃଖଦ, କେଉଁଭଳି ଜଣେ କରୋନା ରୋଗୀଙ୍କ ମୃତଦେହକୁ ଗର୍ତ୍ତରେ ପୋତାଯାଉଛି । ଏହା କଣ ମଣିଷପଣିଆ ? ସରକାର କିଭଳି କରୋନା ମୁକାବିଲା କରୁଛନ୍ତି ତାର ଏହା ଏକ ଝଲକ । ମୁଁ ଆଶା କରେ କି ସରକାର ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ଏବଂ ନିଶ୍ଚିତ କରନ୍ତୁ ଯେ ଏଭଳି ଘଟଣା ଆଉ କେବେ ଘଟିବ ନାହିଁ ।’
ଏହାପୂର୍ବରୁ ଏଭଳି ଦୁଇଟି ମାମଲା ସାମ୍ନାକୁ ଆସିଥିଲା । ଯେଉଁଥି ପାଇଁ ସରକାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ସେପଟେ କର୍ଣ୍ଣାଟକରେ କରୋନା ପଜିଟିଭଙ୍କ ସଂଖ୍ୟା 15,242ରେ ପହଞ୍ଚିଥିବା ବେଳେ 7,078ଟି ଆକ୍ଟିଭ୍ କେସ୍ ରହିଛି । ଏହାସହ 246 ଜଣଙ୍କ ଜୀବନ ନେଲାଣି କରୋନା ।