ଜୁନ୍ 12 ରେ, ଦେଶର ମୋଟ ରୋଗୀଙ୍କ ସଂଖ୍ୟା 3 ଲକ୍ଷ ଅତିକ୍ରମ କରିଥିବା ବେଳେ ପ୍ରାୟ 9 ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହାର 9 ଦିନ ପରେ, 20 ଜୁନରେ ରୋଗୀଙ୍କ ସଂଖ୍ୟା 4 ଲକ୍ଷ ଅତିକ୍ରମ କରି ପ୍ରାୟ 13 ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ଛଅ ଦିନ ପରେ, 26 ଜୁନରେ ରୋଗୀଙ୍କ ସଂଖ୍ୟା 5 ଲକ୍ଷ ଅତିକ୍ରମ କରି ପ୍ରାୟ 16 ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହିପରି ଭାବେ ବହୁତ କମ ଦିନ ବ୍ୟବଧାନରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି।
ମାତ୍ର 6 ଦିନ ମଧ୍ୟରେ ଦେଶରେ ଏକ ଲକ୍ଷ ଅଧିକ କରୋନା ମାମଲା ରେକର୍ଡ ହୋଇଛି। ଜୁଲାଇ 2 ସୁଦ୍ଧା ରୋଗୀଙ୍କ ସଂଖ୍ୟା 6 ଲକ୍ଷ ଅତିକ୍ରମ କରି ପ୍ରାୟ 18 ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଅର୍ଥାତ୍ ଗତ 20 ଦିନ ମଧ୍ୟରେ ଦେଶରେ ସମୁଦାୟ କରୋନା ମାମଲା ସାମ୍ନାକୁ ଆସିଛି। ତେବେ ଏହି ସମୟ ମଧ୍ୟରେ କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି।
ସେହିପରି 12 ଜୁନ୍ ସୁଦ୍ଧା, 1 ଲକ୍ଷ 54 ହଜାର ରୋଗୀ ସୁସ୍ଥ ହୋଇଥିଲେ। ଜୁନ୍ 20ରେ, ଏହି ସଂଖ୍ୟା 2 ଲକ୍ଷ 27 ହଜାରକୁ ବୃଦ୍ଧି ପାଇଥିଲା। ଜୁନ୍ 26ରେ, ସୁସ୍ଥ ସଂଖ୍ୟା ପାଖାପାଖି 3 ଲକ୍ଷରେ ପହଞ୍ଚିଥିଲା । ବର୍ତ୍ତମାନ କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ପ୍ରାୟ 3 ଲକ୍ଷ 60 ହଜାରରେ ପହଞ୍ଚିଛି।
ଭାରତ ବର୍ତ୍ତମାନ କରୋନା ମାମଲାରେ ଚତୁର୍ଥ ସ୍ଥାନରେ ରହିଛି। ଆମେରିକା, ବ୍ରାଜିଲ ଏବଂ ଋଷିଆ, ଭାରତ ଅପେକ୍ଷା ଅଧିକ ମାମଲା ରହିଛି। ତେବେ ଭାରତରେ ଯେଉଁ ବେଗରେ ମାମଲା ବଢୁଛି, ଏଥିରୁ ଜଣାପଡୁଛି ଯେ ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଭାରତ ଋଷିଆକୁ ଅତିକ୍ରମ କରିବ ଭାରତ।