ଏହି ସମୟରେ ସୀମାରେ ଚୀନ୍ ବିରୋଧରେ ଫ୍ରଣ୍ଟକୁ ଆହୁରି ମଜବୁତ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟେନସନର ଗ୍ରାଉଣ୍ଡ ଜିରୋ ପରିଦର୍ଶନ କରିବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ଦିନ ଅର୍ଥାତ୍ ଆସନ୍ତାକାଲି ଲେହରେ ପହଞ୍ଚିବେ ଏବଂ ପୂର୍ବ ଲଦାଖରେ ଚୀନ୍ ଦ୍ୱାରା ସୃଷ୍ଟି ହୋଇଥିବା ଉତ୍ତେଜନା ପରିସ୍ଥିତି ଉପରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ। ପ୍ରତିରକ୍ଷା ମନ୍ତ୍ରୀ ଲଦାଖରେ ପୋଷ୍ଟ ହୋଇଥିବା ସୈ ନିକମାନଙ୍କୁ ଭେଟିବା ସହ ଲେହ ହସ୍ପିଟାଲକୁ ଯାଇ ଗାଲଭାନର ହିରୋମାନଙ୍କୁ ମଧ୍ୟ ଭେଟିବେ।
ଜୁନ୍ 30ରେ, ଚାଇନାର କର୍ପସ କମାଣ୍ଡର ମେଜର ଜେନେରାଲ ଲିୟୁ ଲିନ ଭାରତର କର୍ପସ କମାଣ୍ଡର ଲେଫ୍ଟ ଜେନେରାଲ ହରେନ୍ଦର ସିଂଙ୍କ ସହ 12 ଘଣ୍ଟିଆ ବାର୍ତ୍ତାଳାପ କରିଥିଲେ, କିନ୍ତୁ କଥାବାର୍ତ୍ତା ସେଠାରେ ଅଟକି ରହିଛି। ସୂଚନାନୁସାରେ, ଜୁନ୍ 15 ପରି ପୁନର୍ବାର ରକ୍ତାକ୍ତ ମୁକାବିଲା ନ କରିବାକୁ ଉଭୟ ଦେଶ ସହମତ ହୋଇଥିବା ଜଣା ପଡ଼ିଛି।
ଭାରତ ଏବଂ ଚୀନ୍ ଏଥିରେ ଏକମତ ହୋଇଛନ୍ତି ଯେ, 72 ଘଣ୍ଟା ଧରି ଉଭୟ ପକ୍ଷ ପରସ୍ପର ଉପରେ ନଜର ରଖିବେ। ଯାହା ଆଲୋଚନା ହୋଇଛି ତାହା ବାସ୍ତବରେ ଅନୁପାଳନ ହେଉଛି କି ନାହିଁ। ଏଠାରେ ଚାଇନାର ଖବରକାଗଜ ଗ୍ଲୋବାଲ ଟାଇମ୍ସ ଦାବି କରିଛି ଯେ LAC ଉପରେ ଟେନସନ ହ୍ରାସ କରିବାକୁ ଭାରତ ଏବଂ ଚୀନ୍ ରାଜି ହୋଇଛନ୍ତି। ଉଭୟ ଦେଶରେ ପର୍ଯ୍ୟାୟକ୍ରମେ ସୈନ୍ୟ ହଟାଇବାକୁ ସହମତି ପ୍ରକାଶ ପାଇଛି।
ଗ୍ଲୋବାଲ ଟାଇମ୍ସର ଏହି ଦାବି ଏପର୍ଯ୍ୟନ୍ତ ଅନୁମୋଦନ ହୋଇନାହିଁ। ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଏ ନେଇ କୌଣସି ସୂଚନା ଆସିନାହିଁ। ପୂର୍ବରୁ ଜୁନ୍ 22 ରେ ହୋଇଥିବା ବୈଠକ ମଧ୍ୟ ମଧ୍ୟ ଚୀନ୍ ପର୍ଯ୍ୟାୟକ୍ରମେ ପ୍ରତ୍ୟାହାର କରିବାକୁ ରାଜି ହୋଇଥିଲା, କିନ୍ତୁ 8 ଦିନ ପରେ ମଧ୍ୟ ପରିସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅନ୍ୟପଟେ ଭାରତ ଚୀନ ଉପରେ ଗୋଟିଏ ପରେ ଗୋଟିଏ ଆର୍ଥିକ ରୋକ ଲଗାଇଛି। ଅନେକ ବିଦେଶୀ ଶକ୍ତି ମଧ୍ୟ ଭାରତକୁ ସିଧାସଳଖ ସହଯୋଗର ହାତ ବଢାଇଛନ୍ତି।