ଜାତୀୟ ଗଣମାଧ୍ୟମର ସୂତ୍ର ଅନୁଯାୟୀ, ଏହି ସବୁ ଆପ ମାଧ୍ୟମରେ ରାଷ୍ଟ୍ରର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଥିବାରୁ ଏବଂ ଡାଟା ଲିକ୍ ହେବାର ସମ୍ଭାବନା ଥିବାରୁ ଭାରତୀୟ ସେନା ପ୍ରତିବନ୍ଧକ ଲଗାଇଛି। ଯେଉଁ ସବୁ ଆପ ଉପରେ ପ୍ରତିବନ୍ଧକ ଲାଗିଛି ସେସବୁ ହେଉଛି- ୱି ଚାଟ୍, ହେଲୋ, ସେୟାର ଚାଟ୍, ଭାଇବର, ଇମୋ, ହାଇକ୍, ଟିକଟକ, ଲାଇକି, ସମୋସା, କ୍ଵାଲି, ସେୟାରଇଟ୍, ଜେଣ୍ଡର, ଜାପ୍ୟା, ୟୁସି ବ୍ରାଉଜର, ୟୁସି ବ୍ରାଉଜର ମିନି, ଜୁମ୍, ଲାଇଭ୍ ମି, ଭିମେଟ, ଅପ ଲାଇଭ୍, କ୍ୟାମ ସ୍କାନର, ବିଉଟି ପ୍ଲସ୍, ଟ୍ରୁ କଲର, ପବଜି, କ୍ଲାସ୍ ଅଫ କିଙ୍ଗସ, କ୍ଲବ ଫ୍ୟାକ୍ଟ୍ରି, ଅଲି ଏକ୍ସପ୍ରେସ୍, ଚାଇନା ବ୍ରାଣ୍ଡସ୍, ଟିଣ୍ଡର, ଓକେକ୍ଵିପିଡ, ବାଡୋ, ବମ୍ଵଲ, ହାପେନ, କୋଚ୍ ସରଫିଂ, ନିଉଜ ଡଗ, ଡେଲି ହଣ୍ଟ, ପୋପକ୍ସୋ, ହଙ୍ଗାମା, ପିକେ, ଟମ୍ଵଲର, ରେଡିଟ।
ଯବାନଙ୍କୁ ନିଜ ଫୋନରୁ ଏହି 89 ଆପ ଡିଲିଟ୍ ପାଇଁ ନିର୍ଦ୍ଦେଶ ଦେଲା ଭାରତୀୟ ସେନା

ଅର୍ଗସ ବ୍ୟୁରୋ : ଚୀନ ସହ ସୀମା ବିବାଦ ପରେ କିଛି ଦିନ ପୂର୍ବରୁ ଭାରତ ସରକାର ଚୀନ ଉପରେ ଡିଜିଟାଲ ଷ୍ଟ୍ରାଇକ କରିଥିଲେ। ଭାରତରେ 59ଟି ଚାଇନିଜ ଆପ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ସରକାର ଯେଉଁ ଆପ ଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଇଥିଲେ ତନ୍ମଧ୍ୟରୁ ଟିକଟକ, ୟୁସି ବ୍ରାଉଜର, କ୍ୟାମ ସ୍କାନର ଭଳି ଆପ ଥିଲା। ତେବେ ଭାରତ ସରକାରଙ୍କ ପରେ ଏବେ ଭାରତୀୟ ସେନା 89ଟି ଆପ ଉପରେ ପ୍ରତିବନ୍ଧକ ଲଗାଇଛି। ଯବାନଙ୍କୁ ସେମାନଙ୍କ ସ୍ମାର୍ଟଫୋନରୁ 89 ଆପ ଡିଲିଟ କରିବା ପାଇଁ ଇଣ୍ଡିଆନ ଆର୍ମି ନିର୍ଦ୍ଦେଶ ଦେଇଛି। ଏହି ସବୁ ଆପ ମଧ୍ୟରେ ବହୁ ଲୋକପ୍ରିୟ ଆପ ରହିଛି। ଯଥା- ପବଜି, ଫେସବୁକ, ଇନଷ୍ଟ୍ରାଗ୍ରାମ, ଟ୍ରୁକଲର ଆପ।
ଆଜିଠୁ ବାଚସ୍ପତି ପଦ ପାଇଁ ହେବ ନିର୍ବାଚନ

ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଆଜି ଗୁରୁତ୍ଵପୂର୍ଣ୍ଣ ଦିନ । ଆଜିଠୁ ଦୁଇ ଦିନିଆ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବା ବେଳେ ବାଚସ୍ପତି ପଦ ପାଇଁ ହେବ ନିର୍ବାଚନ । ଗୃହରେ ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କରିବେ ସିନ୍ଦେ । ସଂଖ୍ୟା ଗରିଷ୍ଠତା ହାସଲ ପରେ ସିନ୍ଦେ ଅଢେଇ ବର୍ଷ ମୁଖ୍ୟମନ୍ତ୍ରୀ ପଦରେ ରହିବେ । ବିଜେପି ଓ ସିନ୍ଦେ ମେଣ୍ଟ ପକ୍ଷରୁ ବିଜେପି ବିଧାୟକ ରାହୁ
Download Argus News App
