ଦୁଇ ପର୍ଯ୍ୟବେକ୍ଷକ ଅଜୟ ମାକେନ ଏବଂ ମଲ୍ଲିକାର୍ଜ୍ଜୁନ ଖଡଗେ ନିଜ ରିପୋର୍ଟରେ ପୁରା ଘଟଣାକ୍ରମ ପାଇଁ ଗେହଲଟଙ୍କୁ ଆଦୌ ଦାୟୀ କରିନାହାନ୍ତି। ଅନ୍ୟ ବୈଠକ ଡକାଇଥିବା ଧାରିଓ୍ବାଲ, ଖାଚରିୟାବାସ ଏବଂ ଧର୍ମେନ୍ଦ୍ର ରାଠୋରଙ୍କ ବ୍ୟତୀତ ଆଉ କିଛି ନେତାଙ୍କ ନାମ ରିପୋର୍ଟରେ ଉଲ୍ଲେଖ ରହିଛି। ନଅ ପୃଷ୍ଠାର ରିପୋର୍ଟରେ ବିସ୍ତୃତ ଭାବେ ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି ପ୍ରଭାରୀ ଏବଂ ପର୍ଯ୍ୟେବକ୍ଷକ।
ରାଜସ୍ଥାନରେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଯିବାନେଇ ଜାରି ବିରୋଧର ସମାଧାନ ପାଇଁ ପାର୍ଟି ହାଇକମାଣ୍ଡ ମଲ୍ଲିକାର୍ଜ୍ଜୁନ ଖଡଗେ ଏବଂ ଅଜୟ ମାକେନଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଥିଲେ। ମାତ୍ର ବିଧାୟକ ମାନେ ପର୍ଯ୍ୟବେକ୍ଷକଙ୍କ କଥାକୁ ଖାତିର କରି ନ ଥିଲେ।