ଫୁଡ୍ ଡେଲିଭରି ଆପ୍ ଜରିଆରେ ଆମେ ଆଞ୍ଚଳିତ ଖାଦ୍ୟଗୁଡିକୁ ସୁବିଧାରେ ପାଉଛେ। ଏମିତିକି ଆମ ଭିତରେ ଭାବ ବିନିମୟ ମଧ୍ୟ ଖାସ୍ ଏହି ସକାଶେ ସୁରକ୍ଷିତ ରହୁଛି। ଏହି କ୍ରମରେ ଦେଖିବାକୁ ଗଲେ ଇଡ୍ଲି କେବଳ ହାଇଦ୍ରାବାଦ୍, ଚେନ୍ନାଇ କିମ୍ବା ବେଙ୍ଗାଲୁରୁରେ ସୀମିତ ନାହିଁ। ଏହାର ଲୋକପ୍ରିୟତା ଏବେ ସାରା ଦେଶରେ। ଆଉ ଏହି ଲୋକପ୍ରିୟତାକୁ ଦେଖାଇବାକୁ ଯାଇ, ଇଡିଲ ସମ୍ପର୍କିତ ଏହି ରିପୋର୍ଟକୁ ସାର୍ବଜନୀନ କରିଛି ସ୍ବିଗୀ।
ମାର୍ଚ୍ଚ ୩୦ ବିଶ୍ବ ଇଡ୍ଲି ଦିବସ ଅବସରରେ ସ୍ବିଗି ପକ୍ଷରୁ ଏହି ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ୧୨ ମାସରେ ଏହି ଆପ୍ ଜରିଆରେ ମୋଟ ୩୩ ନିୟୁତ ପ୍ଲେଟ୍ ଇଡ୍ଲି ଡେଲିଭରି କରାଯାଇଛି। ଦିଲ୍ଲୀ, କୋଲକାତା, କୋଚି, ମୁମ୍ବାଇ, ପୁଣେ ଏବଂ ବିଶାଖାପାଟଣା ଭଳି ସହରରେ ଇଡ୍ଲିର ଚାହିଦା ବଢ଼ିଥିବା ରିପୋର୍ଟ କହିଛି। ବହୁ ପ୍ରକାରର ଇଡ୍ଲି ରେଷ୍ଟୁରାଣ୍ଟ ଓ ହୋଟେଲ୍ଗୁଡ଼ିକରେ ଉପଲବ୍ଧ ଥିବାବେଳେ ସାଦା ଇଡ୍ଲି ଲୋକ ଅଧିକ ପସନ୍ଦ କରୁଥିବା ରିପୋର୍ଟ ସ୍ପଷ୍ଟ କରିଛି।