ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ୬.୩୦ରେ ନ୍ୟୁୟର୍କରେ ମିଳିତ ଜାତିସଂଘ ସାଧାରଣ ସଭାର 76 ତମ ଅଧିବେଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିବେ। ବ୍ୟକ୍ତିଗତ ଭାବେ ସାଧାରଣ ସଭାରେ ଏହା ମୋଦିଙ୍କର ସପ୍ତମ ତମ ସମ୍ବୋଧନ ହେବ । ଚଳିତ ବର୍ଷର ‘ଜେନେରାଲ୍ ଡିବେଟ୍’ ବା ସାଧାରଣ ବିତର୍କର ମର୍ମ ରହିଛି କୋଭିଡ୍-୧୯ରୁ ତୁରନ୍ତ ମୁକ୍ତିପାଇବାର ଆଶା, ଜୀବନଧାରାର ପୁନଃସଂରଚନା, ବିଶ୍ବର ଆବଶ୍ୟତା ପୂରଣ, ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ ଏବଂ ଜନତାଙ୍କ ଅଧିକାର ପ୍ରତି ସମ୍ମାନ ଓ ଜାତିସଂଘକୁ ସୁଦୃଢ଼ କରିବା ଆଦି ପ୍ରସଙ୍ଗ ରହିଛି ।
ପ୍ରାୟ ୧୦୯ଜଣ ରାଷ୍ଟ୍ର ଓ ସରକାର ମୁଖ୍ୟ ବ୍ୟକ୍ତିଗତ ଭାବେ ‘ସାଧାରଣ ବିତର୍କ’ରେ ଭାଗ ନେବାର ଜଣାପଡିଛି । ଶେଷଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି ୨୦୧୯ରେ ଜାତିସଂଘର ସାଧାରଣ ପରିଷଦ୍ ଅଧିବେଶନରେ ଭାଷଣ ଦେଇଥିଲେ।
ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) ର 76 ତମ ଅଧିବେଶନକୁ ସମ୍ବୋଧିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସନ୍ଧ୍ୟାରେ ନ୍ୟୁୟର୍କରେ ପହଞ୍ଚିଥିଲେ । ମିଳିତ ଜାତିସଂଘ ସାଧାରଣ ସଭା ହଲରେ ୟୁଏନଜିଏକୁ ସମ୍ବୋଧିତ କରିବାର ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ପ୍ରଥମ ବିଶ୍ୱ ନେତା।