ସେ କହିଛନ୍ତି ଯେ ବିଶ୍ୱର ଆର୍ଥିକ କ୍ଷେତ୍ରର ପ୍ରମୁଖ ସ୍ୱର ଆଜି ଭାରତ ପ୍ରତି ଆଶାନ୍ୱିତ ଆଭିମୁଖ୍ୟ ରଖୁଛନ୍ତି । ଭାରତର ବଜେଟ ଉପରେ କେବଳ ଦେଶର ନୁହେଁ ବରଂ ସାରା ବିଶ୍ୱର ଦୃଷ୍ଟି ରହିଛି । ସେ କହିଛନ୍ତି ଯେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଜଣେ ମହିଳା ଓ ସେ କାଲି ନିଜର ବଜେଟ ଆଗତ କରିବେ ।
ସେ କହିଛନ୍ତି ଅସ୍ଥିର ବୈଶ୍ୱିକ ଆର୍ଥିକ ପରିସ୍ଥିତିରେ ଭାରତର ବଜେଟ ସାଧାରଣ ନାଗରିକ ମାନଙ୍କର ଆଶା ଓ ଆକାଂକ୍ଷାକୁ ପୂରା କରିବାକୁ ପ୍ରୟାସ କରିବ । ବିଶ୍ୱକୁ ଆଜି ଯେଉଁ ଆଶାର କିରଣ ଦେଖା ଯାଉଛି, ତାକୁ ନେଇ ମୋର ଦୃଢ ବିଶ୍ୱାସ ଯେ ନିର୍ମଳା ସୀତାରମଣ ସେହି ଆକାଂକ୍ଷାକୁ ପୂରା କରିବାକୁ ସମସ୍ତ ପ୍ରୟାସ କରିବେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ବିରୋଧୀ ଦଳଙ୍କୁ ସଂସଦରେ ଚର୍ଚ୍ଚା ଆଲୋଚନାର ଭାଗିଦାର ହେବା ସହ ନିଜର ଅଭିଜ୍ଞତା ଓ ଦୃଷ୍ଟି ଜରିଆରେ ଅମୃତ ବାହାର କରିବାକୁ ଅପିଲ କରିଛନ୍ତି ।