ଅର୍ଗସ ବ୍ୟୁରୋ: ବ୍ରିଟିଶ ଏକାଡେମୀ ଫିଲ୍ମ ଆଣ୍ଡ ଟେଲିଭିଜନ (ବାଫଟା)ଆର୍ଟସର ନୋମିନେସନ ନିମନ୍ତେ ତାଲିକା ଜାରି ହୋଇଛି। ଏଥିରେ ଭାରତୀୟ ସିନେମା ଉଦ୍ୟୋଗକୁ ପୁଣି ଥରେ ଅନ୍ତର୍ଜତୀୟ ସ୍ତରରେ ଗୌରବାନ୍ବିତ କରିଛି ବ୍ଲକବଷ୍ଟର ଫିଲ୍ମ `ଆରଆରଆର’। ବାଫ୍ଟାର ଗୋଟିଏ ନୋମିନେଶନ ପାଇଁ ଏହାକୁ ଚୟନ କରାଯାଇଛି। ଶ୍ରେଷ୍ଠ ଅଣ-ଇଂରାଜୀ ଫିଲ୍ମ ବିଭାଗରେ ନୋମିନେସନ ଲାଗି ଫିଲ୍ମକୁ ତାଲିକାଭୁକ୍ତ କରାଯାଇଛି। ସୌନକ ସେନଙ୍କ `ଅଲ ଦ୍ୟାଟ ବ୍ରିଦେଶ’ ମଧ୍ୟ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ବିଭାଗରେ ସାମିଲ କରାଯାଇଛି। ଟ୍ରିପଲ ଆରର ମେକର କହିଛନ୍ତି ବାଫ୍ଟା ଫିଲ୍ମ ଆଓ୍ବାର୍ଡସର ନୋମିନେସନ ନିମନ୍ତେ ଲଙ୍ଗଲିଷ୍ଟରେ ଫିଲ୍ମ ସ୍ଥାନ ପାଇବା ଅତ୍ୟନ୍ତ ଆନନ୍ଦର କଥା। ସମସ୍ତଙ୍କୁ ଧନ୍ୟବାଦ। ଆସନ୍ତା ୧୯ ତାରିଖରେ ବାଫ୍ଟା ନୋମିନେସନ ଘୋଷଣା ହେବ ଏବଂ ଫେବୃୟାରୀ ୧୯ ତାରିଖରେ ପୁରସ୍କାର ଘୋଷଣା ହେବ।
ଆରଆରଆର ଶ୍ରେଷ୍ଠ ବିଦେଶୀ ଫିଲ୍ମ ଓ ଶ୍ରେଷ୍ଠ ମୂଳ ସଙ୍ଗୀତ ବିଭାଗରେ ନୋମିନେସନରେ ସାମିଲ ହୋଇଛି। ଫିଲ୍ମର ନାଚୁ ନାଚୁ ଗୀତକୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି। ଖାସ କଥ ହେଉଛି ୯୫ତମ ଅସ୍କାର ପୁରସ୍କାର ପାଇଁ ମଧ୍ୟ ଏହି ଗୀତକୁ ଶ୍ରେଷ୍ଠ ମୂଳ ସଙ୍ଗୀତ ବିଭାଗରେ ନୋମିନେସନ ପାଇଁ ଚୟନ କରାଯାଇଛି। ଆସନ୍ତା ୨୪ ତାରିଖରେ ନୋମିନେସନ ଘୋଷଣା ହେବ। ହିନ୍ଦୀ, ତାମିଲ , ତେଲୁଗୁ, ମାଲାୟାଲାମ ଭାଷାରେ ସମଗ୍ର ବିଶ୍ବରେ ମୁକ୍ତିଲାଭ କରିଥିବା `ଆରଆରଆର’ ଅସ୍କାର ପୁରସ୍କାର ଲାଗି ବିଭିନ୍ନ ବିଭାଗରେ ପୁରସ୍କାର ପ୍ରତିଯୋଗିତା ଲାଗି ଆବେଦନ କରିଛି ।
ମନୋରଂଞ୍ଜନ ଖବର ଆହୁରି ପଢନ୍ତୁ