ଅଧିକ ପଢନ୍ତୁ : ଆଜି ଦାନ୍ତେୱାଡ଼ା ଯାଇ ନକ୍ସଲ ଆକ୍ରମଣ ଘଟଣାର ସମୀକ୍ଷା କରିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ
ତେବେ ଆଜି ଆକ୍ରମଣସ୍ଥଳକୁ ଯାଇ ଘଟଣାର ସମୀକ୍ଷା କରିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ । ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିବେ ସିଏମ ଭୂପେଶ ବାଘେଲ । ଦାନ୍ତେୱାଡା ଜିଲ୍ଲା ଅରଣପୁରରେ ହୋଇଥିଲା ଏହି ଭୟଙ୍କର ଆଇଇଡି ବିସ୍ଫୋରଣ । ଯବାନଙ୍କ ଗାଡ଼ିକୁ ଲକ୍ଷ୍ୟ କରି ଆଇଇଡି ବିସ୍ଫୋରଣ କରିଥିଲେ ନକ୍ସଲ । ଅପରେସନ୍ ପାଇଁ ଯିବାବେଳେ ଯବାନଙ୍କୁ ଆମ୍ବୁସ୍ ଲଗାଇ ହମ୍ଲା କରିଥିଲେ ମାଓବାଦୀ ।
ଘଟଣା ପରେ ଓଡ଼ିଶାର 5 ଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଛି । କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ବରଗଡ଼ ଓ ନୂଆପଡ଼ାରେ ସୀମା ସିଲ୍ କରିଛି ପୋଲିସ । ପଡୋଶୀ ଜିଲ୍ଲାକୁ ମଧ୍ୟ ସତର୍କ ରହିବାକୁ ନିର୍ଦ୍ଦେଶ ହୋଇଛି । ଜିଲ୍ଲା ତଥା ପଡୋଶୀ ରାଜ୍ୟ ସୀମାନ୍ତ ଉପରେ ତୀକ୍ଷଣ୍ ନଜର ରଖି ସର୍ଚ୍ଚ ଓ କମ୍ବିଂ ଅପରେସନକୁ ଜୋରଦାର୍ କରାଯାଇଛି।