ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଛି। ଏହାସହ ଡ୍ରାଇଭରକୁ ଖୋଜିବା ଲାଗି ପୋଲିସ୍ ଛାନ୍ଭିନ୍ ଚଳାଇଛି।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଦୁର୍ଘଟଣାରେ ଚାଲିଗଲା ୧୦ ଜଣଙ୍କ ଜୀବନ। ଟ୍ରକ୍-ବୋଲେରୋ ମୁହାଁମୁହିଁ ଧକ୍କାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଗୋଟିଏ ପରିବାରର ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଗତକାଲି ରାତିରେ ଛତିଶଗଡ଼ ବାଲୋଦ ଜିଲ୍ଲା ଜଗତାରା ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଅଧା ବାଟରେ ଚାଲିଗଲା ଜୀବନ। ଏହାସହ ଜଣେ ଶିଶୁ ଗୁରୁତର ଆହତ ହୋଇଛନ୍ତି।ଆହତ ଶିଶୁକୁ ରାୟପୁରକୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ମୃତାହତ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି।
ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଛି। ଏହାସହ ଡ୍ରାଇଭରକୁ ଖୋଜିବା ଲାଗି ପୋଲିସ୍ ଛାନ୍ଭିନ୍ ଚଳାଇଛି।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ : ନିଖିଳ ଓଡ଼ିଶା ଆୟୁଷ ଛାତ୍ରସଂଘ ଦୀର୍ଘ ୨୫ଦିନ ହେବ ସାରା ରାଜ୍ୟରେ ଆନ୍ଦୋଳନ କରୁଥିଲେ ମଧ୍ୟ ସେମାନଙ୍କ ଦାବି ପ୍ରତି ମୁଖ୍ୟମନ୍ତ୍ରୀ କିମ୍ବା ଶାସକ ଦଳର ନେତା, ମନ୍ତ୍ରୀ ଓ ବିଧାୟକମାନେ ଅଣଦେଖା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆଜିକୁ ୨୧ବର୍ଷ ହେଲା ଆୟୁଷ ଡାକ୍ତରମାନଙ୍କ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ନପାଇଥିବା ବେଳେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟସେବା ପ୍ରତି ହେୟଜ୍ଞାନ ତଥା ଆୟୁଷ ଡାକ୍ତରମାନଙ୍କ ପ୍ରତି ବୈମାତୃକ ମନୋଭାବ ପଦାରେ ପଡିଛି । ଓଡ଼ିଶାରେ ହୋମିଓପ୍ୟାଥି, ଆୟୁର୍ବେଦ, ଯୋଗ, ୟୁନାନି, ସିଧ ଚିକିତ୍ସାରୁ ଓଡ଼ିଶାବାସୀ ବଂଚିତ ହେଉଛନ୍ତି । ଆଜି ଆନ୍ଦୋଳନରତ ଆୟୁଷ ଡାକ୍ତର ଛାତ୍ରଛାତ୍ରୀମାନଙ୍କୁ ଯେଉଁଭଳିଭାବେ ପୋଲିସ ଗିରଫ କରି ସେମାନଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଚେଷ୍ଟା କରୁଛି ତାହା ନିନ୍ଦନୀୟ ଓ ଅଗଣତାନ୍ତ୍ରିକ । ରାଜ୍ୟ ସରକାର ତୁରନ୍ତ ଆୟୁଷ ଡାକ୍ତରଙ୍କ ସମସ୍ତ ଦାବିକୁ ପୂରଣ କରିବା ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡା କହିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଯଶ୍ୱସୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଗତ ୯ବର୍ଷରେ ୮୧ରୁ ଊର୍ଦ୍ଧ୍ୱ ଆୟୁଷ୍ ଅନୁଷ୍ଠାନ ଖୋଲାଯାଇଛି । ଏଥି ସହ ଏଲୋପାଥି ଡାକ୍ତରଙ୍କ ସହ ଆୟୁଷ ଡାକ୍ତରଙ୍କ ଦରମାକୁ ସମାନ କରାଯାଇଛି । ପ୍ରତି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ୱାସ୍ଥ୍ୟ ଏବଂ ନିରାମୟ କେନ୍ଦ୍ରରେ ପରିଣତ କରାଯାଇ ଜଣେ ଜଣେ ଆୟୁଷ ଡାକ୍ତରଙ୍କ ନିଯୁକ୍ତି ବାଧ୍ୟତାମୂଳକ କରାଯାଇଛି । ତେବେ କେନ୍ଦ୍ର ସରକାରଙ୍କର ଏତେ ପଦକ୍ଷେପ ପରେ ମଧ୍ୟ ରାଜ୍ୟ ସରକାର ଆୟୁଷ ଚିକିତ୍ସା ଓ ଚିକିତ୍ସକମାନଙ୍କ ପ୍ରତି ଚରମ ଅବହେଳା ଦେଖାଇବା ନିନ୍ଦନୀୟ । ରାଜ୍ୟରେ ଶହ ଶହ ଆୟୁଷ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଅଭାବରେ ଉଇ ହୂଙ୍କା ପାଲଟି ଯାଇଥିବାବେଳେ ଦୀର୍ଘ ୨୧ବର୍ଷ ଧରି ଉତୀର୍ଣ୍ଣ ହୋଇଥିବା ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ନଦିଆଯିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ୨୪ବର୍ଷ ନବୀନ ଶାସନରେ ଶିକ୍ଷା, ସ୍ୱାସ୍ଥ୍ୟ, ଶିକ୍ଷକ, ଡାକ୍ତର ଇତ୍ୟାଦି ଅବହେଳିତ । ଦୀର୍ଘ ବର୍ଷ ଧରି ରାଜ୍ୟ ସରକାରଙ୍କ ଅବହେଳା ପ୍ରତିବାଦରେ ଡାକ୍ତରୀ ଛାତ୍ରଛାତ୍ରୀମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ସମୟରେ ସେମାନଙ୍କ ଦାବୀ ପ୍ରତି କର୍ଣ୍ଣପାତ ନକରି ଆନ୍ଦୋଳନକୁ ଦମନ କରାଯିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ରାଜ୍ୟର ସାଢ଼େ ଚାରିକୋଟି ଜନସାଧାରଣଙ୍କ ପାଇଁ ୧୧୮୨ଟି ଆୟୁଷ ସ୍ୱାସ୍ଥ୍ୟକେନ୍ଦ୍ର ଓ ୯ଟି ଆୟୁଷ ଚିକିତ୍ସାଳୟ କାର୍ଯ୍ୟ କରୁଛି । ୧୧୪ଟି ବ୍ଲକରେ କୌଣସି ଆୟୁର୍ବେଦ ସ୍ୱାସ୍ଥ୍ୟକେନ୍ଦ୍ର ଓ ୧୦୭ଟି ବ୍ଲକରେ ହୋମିଓପ୍ୟାଥିକ ସ୍ୱାସ୍ଥ୍ୟକେନ୍ଦ୍ର ନାହିଁ । ଓଡ଼ିଶାର ୪୦,୦୦୦ ଜନସାଧାରଣଙ୍କ ନିମନ୍ତେ ଜଣେ ଡାକ୍ତର ନିୟୋଜିତ । ମୋଦି ସରକାରଙ୍କ “ଆୟୁଷ୍ମାନ ଭାରତ” ଅନ୍ତର୍ଗତ “ଆୟୁଷ ସ୍ୱାସ୍ଥ୍ୟ ଓ ଆରୋଗ୍ୟକେନ୍ଦ୍ର” ନିୟମ ଅନୁଯାୟୀ ପ୍ରତି ୫୦୦୦ ଜନସାଧାରଣଙ୍କ ପାଇଁ ଜଣେ ଡାକ୍ତର ରଖିବା କଥା । କିନ୍ତୁ ଦୁଃଖର ବିଷୟ ଯେ, ନବୀନ ସରକାର ସେଥିରେ ବିଫଳ । ଓଡ଼ିଶାରେ ୯ଟି ଚିିକିତ୍ସାଳୟରୁ ୭ଟି ଶିକ୍ଷାନୁଷ୍ଠାନ ସହ ସଂଲଗ୍ନ । ଏହି ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ, ଏକ୍ସରେ ରହିବା କଥା କିନ୍ତୁ ଗୋଟିଏ ଚିକିତ୍ସାଳୟରେ ବି ନାହିଁ, ଯାହା ରାଜ୍ୟ ସରକାରଙ୍କ ଉଦାସୀନତାର ଏକ ନଗ୍ନ ଚିତ୍ରକୁ ଦର୍ଶାଉଛି । ମୋଦି ସରକାର ଆୟୁଷ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି କିନ୍ତୁ ରାଜ୍ୟ ସରକାର ସେଥିରୁ ବିଚୁତି ରହୁଛନ୍ତି । ଯଥାଶୀଘ୍ର ୭ଟି ସରକାରୀ ଆୟୁଷ ମହାବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି, ଯନ୍ତ୍ରପାତି, ପୁସ୍ତକ ଯୋଗାଇ ଦେବାକୁ ଶ୍ରୀ ପଣ୍ଡା ଦାବି କରିଛନ୍ତି ।
ଅର୍ଗସ ବ୍ୟୁରୋ : ଆଜି ବୁଧବାର, ଆମିଷ ବାରି । ଟିକେ ମାଲ ପିଇବି ଓ ଖାଇବି ତା ପରେ ସ୍କୁଲ ଜିବି । ସେ କଣ ଜାଣିଥିଲେ କି ନିଶା ଏତେ ଜୋର ହେଇଯିବ ବୋଲି । ନିଶା ଏମିତି ହେଲା ଯେ ସ୍କୁଲ ପରିସରରେ ପଡିଥିବା ଦେଖିବାକୁ ମିଳିଥିଲା । ଏଭଳି ଘଟଣା ଦେଖିବାକୁ ମିଳିଛୁ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ପୁର ବ୍ଲକ୍ ଅନ୍ତର୍ଗତ ଗରଗଡ଼ବାହାଳ ପ୍ରାଥମିକ ବିଦ୍ୟାଳୟରେ । ସ୍କୁଲର ପ୍ରଧାନ ଶିକ୍ଷକ ବସନ୍ତ କୁମାର ମୁଣ୍ଡା ପ୍ରଚୁର ମଦ୍ୟପାନ କରି ସ୍କୁଲ ପରିସରରେ ପଡିଥିବା ଦେଖିବାକୁ ମିଳିଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ତେବେ ଶିକ୍ଷକ ଜଣଙ୍କ ପ୍ରତିଦିନ ପ୍ରଚୁର ମଦ୍ୟପାନ କରି ସ୍କୁଲକୁ ଯାଆନ୍ତି ଏବଂ ଶିକ୍ଷାଦାନ କରିବା ତ ଦୂରର କଥା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଗାଇଡ଼ କରିବାକୁ ଅକ୍ଷମ ହୋଇପଡନ୍ତି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ସ୍କୁଲର ଅଭିଭାବକ ଓ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ନିଆଯାଉ ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।
ବୁଧବାର ମଧ୍ୟ ସ୍କୁଲ ଆରମ୍ଭରୁ ବସନ୍ତ କୁମାର ମୁଣ୍ଡା ପ୍ରଚୁର ମଦ୍ୟପାନ କରି ବାନ୍ତି କରି ନିଶାସକ୍ତ ଅବସ୍ଥାରେ ବିଦ୍ୟାଳୟ ପରିସରରେ ପଡ଼ିଥିବା ଦେଖି କ୍ଷୋଭ ପ୍ରକାଶ କରିବା ସହ ବିଇଓଙ୍କ ନିକଟରେ ଅଭିଯୋଗ କରଛନ୍ତି । ତେବେ ସମୟକୁ ଅପେକ୍ଷା ଏ ସ୍କୁଲ ଭବିଷ୍ୟତ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଶିକ୍ଷା ବିଭାଗ କେବେ ପରିବର୍ତ୍ତନ କରୁଛନ୍ତି ।
ଅର୍ଗସ ବ୍ୟୁରୋ : ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନିତା ଏମ ଅମ୍ବାନିଙ୍କୁ ରୋଟାରି କ୍ଲବ ଅଫ ବମ୍ବେ ପକ୍ଷରୁ ୨୦୨୩-୨୪ ବର୍ଷ ପାଇଁ ସମ୍ମାନଜନକ ସିଟିଜେନ୍ ଅଫ ମୁମ୍ବାଇ ଆୱାର୍ଡ ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡା, କଳା ଏବଂ ସଂସ୍କୃତି କ୍ଷେତ୍ରରେ ଯୁଗାନ୍ତକାରୀ ଅନୁଷ୍ଠାନ ସୃଷ୍ଟି ଜରିଆରେ ନିତାଙ୍କ ବ୍ୟାପକ ଅବଦାନର ସ୍ୱୀକୃତି ସ୍ୱରୂପ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି ।
ଅଧିକ ପଢନ୍ତୁ ଭାରତ ଖବର
ଏହି ସମ୍ମାନ ଗ୍ରହଣ କରିବା ଅବସରରେ ନିତା ଅମ୍ବାନି କହିଛନ୍ତି "ଏହି ସମ୍ମାନ କୁ ମୁଁ ଅତ୍ୟନ୍ତ ବିନମ୍ରତାର ସହ ଏବଂ ଆମ ସହର ମୁମ୍ବାଇ ଓ ଏହାର ବାସିନ୍ଦାଙ୍କ ପାଇଁ ରୋଟାରି କ୍ଲବ ଅଫ ବମ୍ବେର ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇ ଗ୍ରହଣ କରୁଛି । ଜଣେ ରୋଟାରିଆନ ଭାବରେ ଏହା ମୋର ୨୫ତମ ବର୍ଷ ଏବଂ ଏହି ଯାତ୍ରାକୁ ମୁଁ ଆପଣମାନଙ୍କ ସାଙ୍ଗରେ ବେଶ ଉପଭୋଗ କରିଛି ।
ଧିରୁଭାଇ ଅମ୍ବାନି ୧୯୬୯ ମସିହାରେ ଜଣେ ଅନରାରି ରୋଟାରିଆନ ହେବା ପରଠାରୁ ଅମ୍ବାନି ପରିବାରର ରୋଟାରି ସହିତ ସମ୍ପର୍କ ଆରମ୍ଭ ହୋଇଥିଲା । ରିଲାଏନ୍ସ ଦ୍ୱାରା ମୁମ୍ବାଇରେ ସୃଷ୍ଟି କରାଯାଇଥିବା ପ୍ରତିଟି ଅନୁଷ୍ଠାନ ମୁମ୍ବାଇ ସହର ସହିତ ଦୃଢ ଭାବରେ ସଂଯୁକ୍ତ ଏବଂ ମୁମ୍ବାଇର ଦର୍ଶନରେ ଅନୁପ୍ରାଣିତ ।"