ଅର୍ଗସ ନ୍ୟୁଜ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା । ଖୁବଶୀଘ୍ର ଭାରତ ଆସିବ 10ଟି ରାଫେଲ ଲଢୁଆ ବିମାନ । ସରକାରୀ ସୁତ୍ର ଅନୁଯାୟୀ ତିନୋଟି ଯୁଦ୍ଧ ବିମାନ ଦୁଇ-ତିନି ଦିନ ମଧ୍ୟରେ ଭାରତରେ ପହଞ୍ଚିବାକୁ ଥିବାବେଳେ ଅନ୍ୟ 7 ଯୁଦ୍ଧ ବିମାନ ଏପ୍ରିଲ ସୁଦ୍ଧା ଭାରତରେ ପହଞ୍ଚିବ ବୋଲି ଆଶାକରାଯାଉଛି । ଏହାକୁ ମିଶାଇ ଭାରତରେ ରାଫେଲ ବିମାନ ସଂଖ୍ୟା ହେବ 21 ।
ଦେଶରେ ବର୍ତ୍ତମାନ 11 ଟି ରାଫାଲ ବିମାନ ଅଛି । ଯାହା ଅମ୍ବାଲା ଏୟାର ବେସରେ ନିୟୋଜିତ । ଭାରତୀୟ ବାୟୁସେନାରେ ରାଫେଲ ଯୁଦ୍ଧ ବିମାନ ଯୋଡିବା ଗତବର୍ଷ ଜୁଲାଇ-ଅଗଷ୍ଟରୁ ଆରମ୍ଭ ହୋଇଥିଲା । ଭାରତରେ ପହଞ୍ଚିବାର ଖୁବ କମ ସମୟ ମଧ୍ଯରେ ଏହା କାର୍ଯ୍ୟ ଆରମ୍ଭ କରିଥିଲା । ଏପରିକି ଚୀନ ସହ ତିକ୍ତତା ସମୟରେ ପୂର୍ବ ଲଦାଖରେ ରାଫେଲ ଲଢୁଆ ବିମାନ ନିୟୋଜିତ କରାଯାଇଥିଲା ।
ଏଠାରେ କହି ରଖୁଛୁ ଯେ, ସେପ୍ଟେମ୍ବର 2016 ରେ, ଫ୍ରାନ୍ସ ସହିତ 36 ଟି ଯୁଦ୍ଧ ବିମାନ ପାଇଁ ଭାରତ ଏକ ଚୁକ୍ତି କରିଥିଲା । ଫ୍ରାନ୍ସରୁ ଆସୁଥିବା ରାଫାଲ୍ ଯୁଦ୍ଧ ବିମାନର କିଛି ନୂତନ ସାମଗ୍ରୀ ଅମ୍ବାଲାରେ ନିୟୋଜିତ ହୋଇଥିବାବେଳେ ଅନ୍ୟମାନଙ୍କୁ ହାସିମାରା ପଠାଯିବ ।