ଆପଣ ଯେଉଁ ଝିଅର କଥା ଶୁଣୁଛନ୍ତି ତାଙ୍କ ଘର ବିହାରର ଜମୁଇ ଜିଲ୍ଲାରେ। ସ୍ଥାନୀୟ କତେହପୁର ଗ୍ରାମର ସରକାରୀ ସ୍କୁଲର ୪ର୍ଥ ଶ୍ରେଣୀର ପାଠ ପଢୁଛନ୍ତି ସୀମା। ୨ ବର୍ଷ ତଳେ ଏକ ଟ୍ରାକ୍ଟର ଚାପାରେ ତାଙ୍କ ଗୋଟିଏ ଗୋଡ ଗୁରୁତର ଆଘାତ ପାଇଥିଲା। ଡାକ୍ତରଙ୍କ ପରାମର୍ଶ ପରେ ଏହି ଗୋଡକୁ କାଟି ଦିଆଗଲା। ୧୦ ବର୍ଷ ବୟଷ୍କା ସୀମା କିନ୍ତୁ ଖୁବ୍ ମେଧାବୀ। ବାପା, ମା’ ମୁଲ ମଜୁରୀ କରି ଚଳୁଥିଲେ ବି ସୀମା ପାଠପଢି ଶିକ୍ଷୟିତ୍ରୀ ହେବାକୁ ଆଶା ରଖିଛନ୍ତି। ତାଙ୍କର ଏହି ସ୍କୁଲ ଯିବାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେବା ପରେ ରାଜ୍ୟ ସରକାର ଏକ ଟ୍ରାଇ ସାଇକେଲ ଉପହାର ଦେଇଛନ୍ତି। କୃତିମ ଗୋଡ ପ୍ରତିରୋପାଣ ପାଇଁ ମାପ ନିଆଯାଇଛି। ଏମିତିକି ବଲିଉଡ ତାରକା ସୋନୁ ସୁଦ୍ ମଧ୍ୟ ଏହି ସାହସୀ ଝିଅକୁ ସହାୟତାର ହାତ ବଢାଇଛନ୍ତି। ଭଗବାନ କରନ୍ତୁ ସାହସୀ ସୀମାଙ୍କର ସବୁ ଇଚ୍ଛା ପୂରଣ ହେଉ।
ସୀମାର ସାହସକୁ ସଲାମ୍

ଅର୍ଗସ୍ ବ୍ୟୁରୋ : ବିହାରର ଝିଅ ସୀମା। ଦୁର୍ଘଟଣାରେ ତାର ଗୋଟିଏ ଗୋଡ କଟିଗଲା ସିନା। ହେଲେ ମରିନି ମନରୁ ଦମ୍ଭ। ଅଦମ୍ୟ ଉତ୍ସାହର ସୀମା ଟପିଛି ସିଏ। ସ୍କୁଲ ଯିବ ବୋଲି। ଗୋଟିଏ ଗୋଡର ଭରସାରେ, ଗୋଟିଏ କିଲୋମିଟର ଯାତ୍ରା କରୁଛି ସବୁଦିନ। ଖରା ବର୍ଷା ସୀତ କାକର, ତା ପାଦରେ ପକାଇନି ବେଡି। କାଲିକି କାଲି ସେ ଶିକ୍ଷୟିତ୍ରୀ ହେବ ବୋଲି ସ୍ବପ୍ନ ଦେଖିଛି। ନିଜେ ମଣିଷ ହେବ। ତା ଭଳି କୁନି କୁନି ପିଲାମାନଙ୍କ ଭବିଷ୍ୟତ ସଜାଡିବ। ବାସ୍ ଏତିକି ତାର ସ୍ବପ୍ନ।
ରଥଟଣାର ଡେମୋ ଦେଖାଇଲେ ପୋଲିସ ବାହିନୀ
ପୁରୀ: ଜୁଲାଇ ୧ରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଶ୍ରୀକ୍ଷେତ୍ର ଚଳଚଞ୍ଚଳ । ଶୃଙ୍ଖଳିତ ରଥଯାତ୍ରା କରିବା ପାଇଁ ପୁଲିସ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମକଡ୍ରିଲ କରାଯାଉଛି । ରଥଟଣା କାର୍ଯ୍ୟ କିଭଳି ସୂଚାରୁରୂପେ ସମ୍ପାଦନ ହୋଇପାରିବ ତାହାର ଡେମୋ କରାଯାଉଛି । ରଥ ପୁଲିଂରେ ଯେଭଳି ଅସୁବିଧା ନହୁଏ ସେଥିପାଇଁ ପ୍ରଥମେ ତାଳଧ୍ଵଜ ରଥ, ଦ୍ବିତୀୟରେ ଦେବଦଳନ ରଥ ଓ ଶେଷରେ ନନ୍ଦିଘୋ
Download Argus News App
