ଦେଶରେ ଆର୍ଥିକ ଦେଣନେଣ ସାମାନ୍ୟ ସ୍ଥିତି ଦେଇ ଗତି କରୁଛି, କିନ୍ତୁ ଏଭଳି ସମୟରେ ବ୍ୟାଙ୍କକୁ ରିସ୍କ ମ୍ୟାନେଜମେଣ୍ଟ ଉପରେ ଫୋକସ କରିବାକୁ ପଡିବ। କରୋନା କାରଣରୁ ଉତ୍ପାଦନ, ନିଯୁକ୍ତି ଏବଂ ସ୍ଵାସ୍ଥ୍ୟ ଉପରେ ଅଦ୍ଭୁତପୂର୍ବ ନକାରାତ୍ମକ ପ୍ରଭାବ ପଡ଼ିଛି। ଏହି ସଙ୍କଟ ମଧ୍ୟରେ ବୈଶ୍ଵିକ ବ୍ୟବସ୍ଥା, ବେଶ୍ଵିକ ଭ୍ୟାଲ୍ୟୁ ଚେନ ଏବଂ ବିଶ୍ଵବ୍ୟାପୀ ଲେବର ଆଣ୍ଡ କ୍ୟାପିଟାଲ ମୁମେଣ୍ଟକୁ ପ୍ରଭାବିତ କରିଛି।
ଶକ୍ତିକାନ୍ତ ଦାସ କହିଛନ୍ତି ଯେ, କରୋନା ସମୟରେ ଆର୍ଥିକ ବ୍ୟବସ୍ଥା ରକ୍ଷା କରିବା ପାଇଁ ଏବଂ ଅର୍ଥବ୍ୟବସ୍ଥାକୁ ମଜବୁତ କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ବହୁ ପ୍ରକାରର ପଦକ୍ଷେପ ଗ୍ରହଣ କରିଛନ୍ତି। ଦେଶ ପାଇଁ ଆର୍ଥିକ ସ୍ଥିରତା ମହତ୍ଵପୂର୍ଣ୍ଣ। ଇଜ ଅଫ ଡୁଇଙ୍ଗ ବିଜନେସକୁ ଉନ୍ନତ କରିବା ଆମ ଲକ୍ଷ୍ୟ। ସଙ୍କଟ ସମୟରେ ଭାରତୀୟ କମ୍ପାନୀ ଖୁବ୍ ଭଲ ପ୍ରଦର୍ଶନ କରିଛନ୍ତି। ଆମକୁ ପ୍ରଡକ୍ଟିଭିଟି ବୃଦ୍ଧି ଉପରେ ଫୋକସ କରିବା ଉଚିତ୍। ସପ୍ଲାଇ କେବେ ସ୍ଵାଭାବିକ ହେବ ତାହା କହିବା ମୁସ୍କିଲ। ବର୍ତ୍ତମାନର ସ୍ଥିତି ଉପରେ ଆରବିଆଇର ନଜର ରହିଛି।