ଚୁକ୍ତି ଅନୁସାର ଫେବ୍ରୁଆରୀ ୧୫ ସୁଦ୍ଧା କୁନୋ ପାର୍କରେ ୭ ଅଣ୍ଡିରା ଏବଂ ୫ ମାଈ ଚିତା ଛଡାଯିବ। ଏହି ଚିତାମାନଙ୍କୁ ୬ ମାସରୁ ଅଧିକ ଦିନ ହେଲା ସଙ୍ଗରୋଧ ରେ ରଖାଯାଇଛି। ତେବେ ଏହା ପୂର୍ବରୁ ୨୦୨୨ ସେପ୍ଟେମ୍ବର ୧୭ରେ ନାମିବ୍ୟାରୁ ୮ଟି ଚିତା ଅଣାଯାଇ କୁନୋ ପାର୍କରେ ଛଡା ଯାଇଥିଲା।
ସାତ ଦଶନ୍ଧି ପରେ ଭାରତରେ ପହଞ୍ଚିଥିଲେ ଏହି ଆଫ୍ରିକୀୟ ଚିତା । ଭାରତ ସରକାର ଓ ନାମିବ୍ୟା ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାଇ ସ୍ୱତନ୍ତ୍ର ବିମାନ ଯୋଗେ ୮ ଚିତାଙ୍କୁ ଭାରତ ଅଣାଯାଇଥିଲା । ଯେଉଁ ମାନଙ୍କ ମଧ୍ୟରେ ୩ଟି ବାଘ ଓ ୫ଟି ବାଘୁଣୀ ଥିଲେ । ଜନ୍ମ ଦିନରେ ନିଜେ ପ୍ରଧାନମନ୍ତ୍ରୀ ମୋଦି ୮ଟି ଚିତା ବାଘକୁ କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ । ଗତ ବର୍ଷ ଜୁଲାଇ ୨୦ରେ ଭାରତ ସରକାର ଓ ନାମିବ୍ୟା ମଧ୍ୟରେ ଚୁକ୍ତି ଅନୁଯାୟୀ ଏହି ଚିତା ମାନଙ୍କୁ ସ୍ବତନ୍ତ୍ର ବିମାନ ଯୋଗେ ଭାରତକୁ ଅଣାଯାଇଥିଲା । ତେବେ ପୁଣି ଆଫ୍ରିକାରୁ ଆସିବ ୧୦୦ ଚିତା। ଭାରତରେ ଜଙ୍ଗଲରେ ଦୌଡିବେ ଏହି ଚିତା ପଲ।