ବୃଦ୍ଧା ଜଣଙ୍କ ଯେତେବେଳେ ଆଖି ଖୋଲିଲେ ପରିବାରରେ ଖୁସିର ଲହରି ଖେଳିଯାଇଥିଲା । ବହୁ ସଂଖ୍ୟାରେ ଲୋକ ତାଙ୍କୁ ଦେଖିବା ପାଇଁ ଆସିଥିଲେ ।
ରୁରକୀର ଖୁର୍ଦ ନିବାସୀ ବିନୋଦ କୁମାରଙ୍କ ମା ଜ୍ଞାନ ଦେବୀ(102) କିଛି ଦିନ ହେଲା ଅସୁସ୍ଥ ଥିଲେ । ହଠାତ୍ ସେ ଚେତାଶୂନ୍ୟ ହୋଇପଡିଥିଲେ । ପରିବାର ଲୋକେ ଡାକ୍ତରଙ୍କୁ ଡାକି ପରୀକ୍ଷା କରାଇଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ସଦସ୍ୟ ମାଆଙ୍କ ମୃତ୍ୟୁ ଖବର ଅନ୍ୟମାନଙ୍କୁ ସୂଚନା ଦେଇଥିଲେ ।
ଖୁବଶୀଘ୍ର ବହୁସଂଖ୍ୟାରେ ଲୋକ ଏକତ୍ରିତ ହୋଇ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚଳାଇଥିଲେ । ହେଲେ ଶ୍ମାଶାନକୁ ନେଇ ଯିବା ବାଟରେ ସେ ଆଖି ଫିଟାଇ ଅନେଇଥିଲେ । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।
ଭାରତ ଖବର ଆହୁରି ପଢ଼ନ୍ତୁ ।