ସୂଚନା ଅନୁସାରେ, ବସ୍ଟି ସୁଜିୟାନ୍ରୁ ମାଣ୍ଡି ଅଭିମୂଖେ ଯାଉଥିବାବେଳେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଦୁର୍ଘଟଣାଟି ଘଟିବା ପରେ ସ୍ଥାନୀୟ ଲୋକେ, ସ୍ଥାନୀୟ ପୁଲିସ୍ ଓ ସେନାର ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଆହତମାନଙ୍କୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି । ଜମ୍ମୁ-କଶ୍ମୀରର ଲ୍ୟୁଟେନାଣ୍ଟ୍ ଗଭର୍ଣ୍ଣର ମନୋଜ ସିହ୍ନା ମୃତକ ପରିବାରଙ୍କୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି । ଏହାସହ ଆହତମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ବସ ଦୁର୍ଘଟଣାରେ 11 ମୃତ, 8 ଗୁରୁତର

ଅର୍ଗସ ବ୍ୟୁରୋ: ଜମ୍ମୁ-କଶ୍ମୀରର ପୁଞ୍ଚରେ ଖାତକୁ ଖସିଲା ବସ । ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ସୁଜିୟାନ୍ରୁ ମାଣ୍ଡି ଅଭିମୂଖେ ଯାଉଥିଲା ବସ୍ । ପୁଲିସ୍ ଓ ସେନାର ମିଳିତ ଉଦ୍ୟମରେ ଉଦ୍ଧାର ହେଲେ ଲୋକେ । ମୃତକ ପରିବାରଙ୍କୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି ଜମ୍ମୁ-କଶ୍ମୀରର ଲ୍ୟୁଟେନାଣ୍ଟ୍ ଗଭର୍ଣ୍ଣର ।
Download Argus News App
