ଭୋଟରଙ୍କୁ କନ୍ଦାଇ ଏବେ ଚର୍ଚ୍ଚାରେ ବିଧାୟିକା ବର୍ଷା ସିଂ ବରିହା
ପ୍ଲାଷ୍ଟିକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୧୩ ମୃତ ୨୧ଗୁରୁତର
ଢାକା: ବାଂଲାଦେଶର ଏକ ପ୍ଲାଷ୍ଟିକ କାରଖାନାରେ ଅଗ୍ନିକାଣ୍ଡ ଘଟି ୧୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ 21 ଗୁରୁତର ହୋଇଛନ୍ତି । ସ୍ଥାନୀୟ ଗଣମାଧ୍ୟମ ଦ୍ୱାରା ପୋଲିସ ଗୁରୁବାର ଏହି ସୂଚନା ମିଳିଥିଲା। ଢାକାର କେରାନୀଗଂଜରେ ବୁଧବାର ଅପରାହ୍ନ ପ୍ରାଇମ ପେଣ୍ଟେଟ ପ୍ଲାଷ୍ଟିକ ଲିମିଟେଡ ନାଁରେ ପରିଚାଳିତ ହେଉଥିବା କାରଖାନାରେ ନିଆଁ ଲାଗିଥିଲା ।
ଏହି ଦୁର୍ଘଟଣାରେ ୧୩ ଜଣ ଶ୍ରମିକଙ୍କ ମୃତ୍ୟୁଥିଲେ । ଅଗ୍ନିକାଣ୍ଡର ଶିକାର ହୋଇଥିବା ଅନ୍ୟ ୨୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଢାକା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ ।
Download Argus News App
