ଏହି ସମସ୍ତ ସନ୍ଦିଗ୍ଧ ବିଦେଶ ଫେରନ୍ତା । ଅଧିକାରୀଙ୍କ ସୂଚନା ମୁତାବକ, ଯେଉଁ ୧୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ତାଙ୍କ ମଧ୍ୟରୁ ୯ ଜଣଙ୍କ ଠାରେ କରୋନା ପଜିଟିଭି ମିଳିଛି । ଅନ୍ୟ ୬ ଜଣଙ୍କ ଠାରେ ଗଳା ଦରଜ ଓ ଜ୍ୱର ପରି ଲକ୍ଷଣ ଦେଖାଦେଇଛି ।
ପୂର୍ବରୁ ଦିଲ୍ଲୀରେ ୧୨ଜଣ ସନ୍ଦିଗ୍ଧଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଏବେ ଏମାନଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି । ହସ୍ପିଟାଲର ମେଡିକାଲ ନିର୍ଦ୍ଦେଶକଙ୍କ ସୂଚନା ମୁତାବକ, ସମସ୍ତ ସନ୍ଦିଗ୍ଧ ଇଂଲଣ୍ଡରୁ ଫେରିଛନ୍ତି ।