2023ରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ବିଜେପିର ଜାତୀୟ କାର୍ଯ୍ୟକାରେଣୀ ବୈଠକର ଗୁରୁତ୍ବ ବଢ଼ିଯାଇଛି । ଆଜି ବୈଠକର ଦ୍ବିତୀୟ ଦିନ ଥିବା ବେଳେ ଆଗାମୀ ରଣନୀତି ପ୍ରସ୍ତୁତ ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ।
ଅର୍ଗସ ବ୍ୟୁରୋ: ଉତ୍ତର ପରେ ଏବେ ଦକ୍ଷିଣ ଦଖଲ ପାଇଁ ବିଜେପିର ବଡ଼ ପ୍ଲାନ୍। ୧୮ ବର୍ଷ ପରେ ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଛି ୨ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ । ୨୦୨୪ରେ ବଡ଼ ବିଜୟ ପାଇଁ ଏବେ ଟାର୍ଗେଟରେ ରହିଛି ଦକ୍ଷିଣ ଭାରତ । ବୈଠକରେ ଯୋଗଦେବା ପାଇଁ ଗତକାଲି ହାଇଦ୍ରାବାଦରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରୀୟ ଅଧକ୍ଷ୍ୟ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂହ, ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ କେନ୍ଦ୍ର ମନ୍ତ୍ରୀ, ଦଳର ସର୍ବଭାରତୀୟ ସ୍ତରର ନେତା, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଜାତୀୟ ଅଫିସ ବିୟରରଙ୍କ ଉପସ୍ଥିତିରେ ସମ୍ମିଳନୀ ଆରମ୍ଭ ହୋଇଛି ।
2023ରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ବିଜେପିର ଜାତୀୟ କାର୍ଯ୍ୟକାରେଣୀ ବୈଠକର ଗୁରୁତ୍ବ ବଢ଼ିଯାଇଛି । ଆଜି ବୈଠକର ଦ୍ବିତୀୟ ଦିନ ଥିବା ବେଳେ ଆଗାମୀ ରଣନୀତି ପ୍ରସ୍ତୁତ ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ।
ଅର୍ଗସ ବ୍ୟୁରୋ : ବାରମ୍ବାର ପ୍ରତିଶ୍ରୁତି ମିଳୁଛି କିନ୍ତୁ ପୂରଣ ହେଉନି ଦାବି । ଏବେ ପୁଣି ୨୩ ତାରିଖ ବୈଠକରକୁ ଅପେକ୍ଷା । ସନ୍ଧ୍ୟା ୫ ଟାରେ ବୈଠକ ହେବା ନେଇ ସୂଚନା ଦେଇଛନ୍ତି ନିଖିଳ ଉତ୍କଳ ପ୍ରଥମିକ ଶିକ୍ଷକ ଫେଡେରେସନର ମହାସଚିବ ଚାରୁଲତା ମହାପାତ୍ର । ପୂର୍ବରୁ ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକ ପରେ ଶିକ୍ଷକ ଭବନରେ ଷ୍ଟିୟରିଂ କମିଟି ବୈଠକରେ ମନୋମାଳିନ୍ୟ ପରେ ଦୁଇଫାଳ ହୋଇଥିଲା ସଂଗଠନ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡ଼ାକରା ପରେ କିଛି ସଂଗଠନ ଖୁସି ବ୍ୟକ୍ତ କରିଥିବା ବେଳେ ଅନ୍ୟ ସଂଗଠନ ବୈଠକ ଉପରେ ଉଠାଇଛନ୍ତି ପ୍ରଶ୍ନ । ନିଖିଳ ଉତ୍କଲ ପ୍ରଥମିକ ଶିକ୍ଷକ ଫେଡେରସନ ୧୮ ତାରିଖରେ ସ୍ଥଗିତ ରଖିଥିଲା ଆନ୍ଦୋଳନ । କିନ୍ତୁ ଏହାକୁ ବିରୋଧ କରି ମିଳିତ ପ୍ରାଥମିକ ଶିକ୍ଷକ ସଂଘ ନିଜସ୍ୱ ବ୍ୟାନରରେ ପୁଣି ଜାରି ରଖିଛି ଆନ୍ଦୋଳନ ।
ନିଜ ବ୍ୟାନରରେ ୮ଟି ସଂଘ ଲକ୍ଷେ ଶିକ୍ଷକଙ୍କୁ ନେଇ ଆନ୍ଦୋଳନ କରୁଥିବାବେଳେ ୨୬ ତାରିଖରେ ମହା ସମାବେଶ ଘୋଷଣା କରିଛି । ସଂଘ ପ୍ରଥମରୁ ଶିକ୍ଷକଙ୍କ ଦାବି ଓ ଆନ୍ଦୋଳନ ନେଇ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଥିଲା । ବୈଠକରେ ପ୍ରତିଶ୍ରୁତି ମଧ୍ୟ ମିଳିଥିଲା । କିନ୍ତୁ ଏବେ ପୁଣିଥରେ କାହିଁକି ଡ଼ାକରା ଆସିଛି ବୋଲି ପ୍ରଶ୍ନ ଉଠାଇଛି ମିଳିତ ପ୍ରାଥମିକ ଶିକ୍ଷକ ସଂଘ ।
ଅର୍ଗସ ବ୍ୟୁରୋ : ବର୍ଷାରେ ଲାଗିବ ବ୍ରେକ । ଆସନ୍ତା ୨୩ ତାରିଖ ପରଠାରୁ ବର୍ଷା ପରିମାଣ କମିବ । ଗତ ୨୪ ଘଣ୍ଟା ମଧ୍ୟରେ ନୂଆପଡ଼ା ଜିଲ୍ଲାର ସିନାପଲ୍ଲୀରେ ସର୍ବାଧିକ ୧୨୪ ମିଲିମିଟର ବର୍ଷା ସହ ରାଜ୍ୟର ୨୦ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ରାଜ୍ୟରେ ୨୪ ଘଣ୍ଟାରେ ହାରାହାରି ୨୬.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ପରିମାଣ ୮.୮ ମିଲିମିଟର ତୁଳନାରେ ୨୦୩ ପ୍ରତିଶତ ଅଧିକ ରହିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସେପ୍ଟେମ୍ବର ମାସରେ ରାଜ୍ୟରେ ୨୮୫. ୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୧୮୫.୪ ମିଲିମିଟର ତୁଳନାରେ ୫୩ ପ୍ରତିଶତ ଅଧିକ ରହିଛି । ଆଜି ଆଭୟନ୍ତରୀଣ ଓଡିଶା ସମେତ ରାଜ୍ୟର ଅନେକ ସ୍ଥାନରେ ହାଲୁକା ମଧ୍ୟମ ଧରଣର ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଆସନ୍ତା କାଲି ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, କେଉଁଝର, ମୟୂରଭଂଜ ଏହି ୪ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ଅର୍ଗସ ବ୍ୟୁରୋ : ମହିମା ଧର୍ମାବଲମ୍ବୀ ଗାଁ ଅଙ୍ଗାରାବନ୍ଧରେ ମାଗଣା ସ୍ବାସ୍ଥ୍ୟସେବା ଶିବିର । ହାତ ପାହାନ୍ତରେ ଅଞ୍ଚଳବାସୀଙ୍କୁ ନିଶୁକ୍ଳ ସ୍ବାସ୍ଥ୍ୟସେବା ଯୋଗାଇ ଦେଲା ବିକାଶ ଫାଉଣ୍ଡେସନ । ଅନୁଗୁଳ ବ୍ଲକ ଅଙ୍ଗାରାବନ୍ଧ ଠାରେ ବିକାଶ ଫାଉଣ୍ଡେସନର ଅଭିନବ ପ୍ରୟାସକୁ ପ୍ରଶଂସା କରିଛନ୍ତି ଅଞ୍ଚଳବାସୀ । ବିକାଶ ଫାଉଣ୍ଡେସନ ପକ୍ଷରୁ ଏହି ମେଗା ସ୍ବାସ୍ଥ୍ୟ ସେବା ଶିବିର ଦ୍ବାରା ପ୍ରାୟ ୫୦୦ରୁ ଅଧିକ ଅଞ୍ଚଳବାସୀ ଲାଭନ୍ବିତ ହୋଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସେହିଭଳି ଛେଣ୍ଡିପଦା ବ୍ଲକ୍ ଖମାର ବରସାହି ପଞ୍ଚାୟତ କାର୍ଯ୍ୟାଳୟଠାରେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ବାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା, ଖମାର ବରସାହି ପଞ୍ଚାୟତ ସରପଞ୍ଚ କ୍ଷୀରୋଦିନ୍ ବେହେରା ପ୍ରମୁଖ ଯୋଗ ଦେଇ ଉଦଘାଟନ କରିଥିଲେ ।
ଭୁବନେଶ୍ବରର ବଡ଼ ବଡ଼ ମେଡ଼ିକାଲରୁ ମେଡିସିନ୍, ଅର୍ଥପେଡି, ଚର୍ମରୋଗ ଆଦି ବିଭାଗର ୮ ଜଣିଆ ଡାକ୍ତର ଟିମ୍ ସହ ନର୍ସ ଓ ଫାର୍ମାସିଷ୍ଟ ରହି ରୋଗୀଙ୍କୁ ପରୀକ୍ଷା ନୀରିକ୍ଷା କରି ମାଗଣାରେ ସମସ୍ତ ଔଷଧ ଦିଆଯାଉଛି ।