ନୂଆଦିଲ୍ଲୀ: ଆଉ ଦିନେ ଦୁଇ ଦିନ ପରେ ନୂଆବର୍ଷ ଆସୁଛି । ନୂଆବର୍ଷକୁ ସମସ୍ତେ ଖୁସିର ସହ ଅପେକ୍ଷା କରିଛନ୍ତି । ତେବେ ୨୦୨୦ ମସିହାରେ ଦେଶରେ ପ୍ରାୟ ୬୭ ଦିନ ବ୍ୟାଙ୍କ ବନ୍ଦ ରହିବ । ବିଭିନ୍ନ ପର୍ବପର୍ବାଣୀ ଜନିତ ଛୁଟି ସମେତ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଏବଂ ରବିବାରକୁ ମିଶାଇ ବ୍ୟାଙ୍କ କର୍ମଚାରୀମାନେ ଦୁଇମାସରୁ ଅଧିକ ଛୁଟି ପାଇବେ ବୋଲି ଜଣାଯାଇଛି । କର୍ମଚାରୀମାନେ ଅଗଷ୍ଟ ମାସରେ ସର୍ବାଧିକ ୧୦ ଦିନ ଛୁଟି ପାଉଥିବାବେଳେ ଫେବ୍ରୁଆରି, ଏପ୍ରିଲ ଏବଂ ଅକ୍ଟୋବର ମାସରେ ୭ ଦିନ ଲେଖାଏଁ, ମାର୍ଚ୍ଚ, ମେ’, ନଭେମ୍ବର ଏବଂ ଡିସେମ୍ବରରେ ୫ ଦିନ ଲେଖାଏଁ, ଜୁନ, ଜୁଲାଇ ଏବଂ ସେପ୍ଟେମ୍ବରରେ ୪ ଦିନ ଲେଖାଏଁ ଛୁଟି ପାଇବେ ବୋଲି ଜଣାଯାଇଛି।
ଜାନୁଆରି ୨୬ରୁ ଡିସେମ୍ବର ୨୫ ମଧ୍ୟରେ ବ୍ୟାଙ୍କ କର୍ମଚାରୀମାନେ ଜାତୀୟ ସ୍ତରରେ ପ୍ରାୟ ୧୭ଟି ଛୁଟି ପାଉଛନ୍ତି । ଏଥିସହିତ ଦ୍ୱିତୀୟ ଓ ଚତୁର୍ଥ ଶନିବାର ସମେତ ରବିବାରକୁ ମିଶାଇଦେଲେ ଛୁଟି ସଂଖ୍ୟା ୬୭ରେ ପହଞ୍ଚୁଛି।
ଅର୍ଗସ ବ୍ୟୁରୋ: ଅନୁଗୁଳରେ ପୁଣି ହାତୀ ଆତଙ୍କ । ୨ ଜଣଙ୍କୁ ଦଳି ମାରିଲା ହାତୀ । ଅନୁଗୁଳ ବନଖଣ୍ଡ ଛେଳିଆପଡା ବୁଢାପଦ ସାହିରେ ଅଇଁଠୁ ସାହୁଙ୍କ ହାତୀ ଆକ୍ରମଣରେ ଜୀବନ ଯାଇଥିବା ବେଳେ ଶାବଳଭଙ୍ଗା ଗାଁର ଗୁରୁ ନାୟକଙ୍କ ମଧ୍ୟ କଚାଡ଼ି ମାରିଛି ହାତୀ । ଗତକାଲି ରାତିରେ ଉଭୟ ହାତୀ ହାବୁଡ଼ରେ ପଡ଼ିବା ସହ ପ୍ରାଣ ହରାଇଛନ୍ତି । ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ କ୍ଷତିପୂରଣ ସହ ମୃତକଙ୍କ ପରିବାରରୁ ଜଣଙ୍କୁ ଚାକିରି ଦେବାକୁ ଦାବି କରି ରାସ୍ତାରୋକ କରିଛନ୍ତି ଲୋକେ । ବନ ବିଭାଗର ପ୍ରତିଶ୍ରୁତି ପରେ ସରଧାପୁରରେ ବନ୍ତଳା-ଅନୁଗୁଳ ମୁଖ୍ୟ ରାସ୍ତାରୁ ହଟିଛନ୍ତି ଲୋକେ ।
ତେବେ ଛେଳିଆପଡା ଗାଁରେ ସମାନ ଦାବି ନେଇ ଏବେ ବି ଆନ୍ଦୋଳନ ଜାରି ରହିଛି । ବନ ବିଭାଗ ଓ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ଅନୁଗୁଳ ଜିଲ୍ଲାରେ ବାରମ୍ବାର ଲୋକେ ହାତୀ ଆକ୍ରମଣର ଶିକାର ହେଉଥିବା ବେଳେ ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି ବନ ବିଭାଗ । ହାତୀ ଆକ୍ରମଣରେ ପ୍ରତିବର୍ଷ ଜିଲ୍ଲାରେ ଶତାଧିକ ଲୋକଙ୍କର ଜୀବନ ଯାଉଛି। କିଛି ଦିନ ମଧ୍ୟରେ କେବଳ ଅନୁଗୁଳ ବ୍ଲକରେ ୩୦ରୁ ଅଧିକ ଜୀବନ ଗଲାଣି । ହାତୀ ପଲ ଚାଷ ଉଜାଡ଼ି ଦେବା ସହ ଜୀବନ ସହ ଜୀବିକା ବି ବିପନ୍ନ ହେଉଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: କଂଗ୍ରେସ ସାଂସଦଙ୍କ ଟଙ୍କା ପାହାଡ଼ର ଫିଟୁଛି ଗୁମର। ତୃତୀୟ ଦିନରେ ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ବିଭିନ୍ନ ଠିକଣା ସମେତ ତାଙ୍କ ସହଯୋଗୀଙ୍କ ମଦ ବ୍ୟବସାୟର ବିଭିନ୍ନ ଠିକଣାରେ ବି ଜାରି ରହିଛି ଆଇଟି ରେଡ୍ । ଓଡ଼ିଶାରେ ପ୍ରଥମ ଥର ପାଇଁ ଶହ ଶହ କୋଟିର ନଗଦ କ୍ୟାସ ଜବତ। ମଦ ବେପାରୀଙ୍କ ଘରୁ ବଣ୍ଡଲ ବଣ୍ଡଲ ଟଙ୍କା ଜବତ ହୋଇଛି। ତେବେ ଆୟକର ଫାଙ୍କିବା କଣ ଗୋଟିଏ କାରଣ ନା ଏତେ ସବୁ ଟଙ୍କା ପଛର ସତ ଆଉ କିଛି ସେନେଇ ଖୋଳତାଡ଼ ଜାରି ରହିଛି। ହେଲେ ଏ ସବୁ ଭିତରେ ସନ୍ଦେହ ଘେରକୁ ଆସିଛି ବିଜେଡି ସରକାର ଓ ପ୍ରଶାସନର ଭୂମିକା। ମଦ ବେପାରୀଙ୍କ ସହ ଟିଟିଲାଗଡ଼ ବିଧାୟିକାଙ୍କ ଫଟୋ ଭାଇରାଲ୍ ହୋଇଛି।
ଯାହାକୁ ନେଇ ଛିଡ଼ା ହୋଇଛି ଅନେକ ପ୍ରଶ୍ନବାଚୀ। ବିଜେଡି ଛତ୍ରଛାୟାରେ ଓଡ଼ିଶାରେ ଚାଲିଥିଲା କି କଂଗ୍ରେସ ସାଂସଦଙ୍କ ମଦ ସାମ୍ରାଜ୍ୟ। ସନ୍ଦେହ ଘେରକୁ ଆସିଛି ମନ୍ତ୍ରୀ ଟୁକୁନି ସାହୁ ଓ ବିଜେଡି ନେତା ଯୋଗେଶ ସିଂହଙ୍କ ଭୂମିକା। ତେବେ ଏ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ନେଇ ଦାବି ଉଠୁଥିବା ବେଳେ କଂଗ୍ରେସ ସାଂସଦ ଓ ତାଙ୍କ ସହଯୋଗୀଙ୍କ ବିଭିନ୍ନ ଠିକଣାରୁ ଏ ପର୍ଯ୍ୟନ୍ତ ଜବତ ହେଲାଣି 3 ଶହ କୋଟିରୁ ବି ଅଧିକ ନଗଦ ଟଙ୍କା। ଆୟକର ଫାଙ୍କି ଠୁଳ କରିଥିବା ଟଙ୍କାକୁ ଟ୍ରକରେ ବୋହିନେଇଛନ୍ତି ଆୟକର ଅଧିକାରୀ।
ଅଧିକ ପଢ଼ନ୍ତୁ ଦେଶ ଖବର: