ରାଜ୍ୟରେ ମେଟ୍ରୋ ଏବଂ ଉଡାଣ ସେବାକୁ ନେଇ ମୁଖ୍ୟ ସଚିବ ଆଜି ସେଣ୍ଟ୍ରାଲ ହୋମ ସେକ୍ରେଟାରୀଙ୍କୁ ପତ୍ର ଲେଖିଛନ୍ତି। ଏହି ପତ୍ରରେ ସେ କହିଛନ୍ତି ଯେ, ଯେଉଁପରି ଭାବରେ ଜୁଲାଇ 15ରେ ଯାଏଂ ଅନ୍ତରାଷ୍ଟ୍ରୀୟ ବିମାନ ଉଡାଣ ସେବା ବନ୍ଦ କରାଯାଇଛି, ଆମେ ହଟସପଟ ଏରିଆରୁ ଘରୋଇ ବିମାନ ଉଡାଣ ଉପରେ ରୋକ ଏବଂ ଆବଶ୍ୟକ ସେବାରେ ନିୟୋଜିତ ଥିବା ଲୋକଙ୍କ ପାଇଁ ମେଟ୍ରୋ ସେବା ଆରମ୍ଭ କରିବାକୁ ପତ୍ର ଲେଖିଛୁ।
2021 ଜୁନ୍ ମାସ ଯାଏଁ ଗରିବଙ୍କୁ ମାଗଣାରେ ରାସନ ଦେବେ ମମତା

ଅର୍ଗସ ବ୍ୟୁରୋ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଏକ ବଡ଼ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ 2021 ଜୁନ୍ ମାସ ଯାଏଁ ଗରିବଙ୍କୁ ମାଗଣାରେ ରାସନ ଦେବେ ମମତା ସରକାର। ଏନେଇ ସେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ମମତା କହିଛନ୍ତି ଯେ, ସକାଳ 5ଟା 30 ରୁ 8ଟା 30 ଯାଏଁ ରାଜ୍ୟରେ ପ୍ରାତଃ ଭ୍ରମଣ ପାଇଁ ଅନୁମତି ଦିଆଯିବ। ଏହି ସମୟରେ ସାମାଜିକ ଦୂରତ୍ଵ ରକ୍ଷା କରିବା ନିହାତି ଆବଶ୍ୟକ। ସେହିପରି ରାଜ୍ୟରେ ଶ୍ରାଦ୍ଧା ଏବଂ ବିବାହ ଉତ୍ସବରେ କେବଳ 50ଜଣ ଲୋକଙ୍କୁ ନେଇ କରାଯିବ।
Download Argus News App
