ଅଧିକ ପଢନ୍ତୁ : ଦଳର ବିଜୟ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦୃଢୋକ୍ତି ପ୍ରକାଶ
2002ରୁ ମୋଦିଙ୍କ ବିରୋଧୀରେ ଚାଲିଛି ଷଡ଼ଯନ୍ତ୍ର । ତେବେ ଷଡ଼ଯନ୍ତ୍ର ସତ୍ତ୍ବେ ସତ୍ୟ ପଦାକୁ ଆସୁଛି । ପ୍ରତ୍ୟେକ ଥର ମୋଦି ଅଧିକ ଶକ୍ତିଶାଳୀ ଓ ଲୋକପ୍ରିୟ ଭାବେ ସାମ୍ନାକୁ ଆସୁଛନ୍ତି । ଉତ୍ତରପୂର୍ବାଞ୍ଚଳ ରାଜ୍ୟକୁ ପ୍ରଧାନମନ୍ତ୍ରୀ ମୋଦି ଗୁରୁତ୍ବ ଦେଉଛନ୍ତି । ଗତ 8 ବର୍ଷ ଭିତରେ ମୋଦି 51 ଥର ଉତ୍ତରପୂର୍ବାଞ୍ଚଳ ଗସ୍ତ କରିଛନ୍ତି । ମୋଦି କ୍ଷମତାକୁ ଆସିବା ପରେ ଉତ୍ତରପୂର୍ବାଞ୍ଚଳକୁ ଶାନ୍ତି ଫେରିଛି ବୋଲି କହିଛନ୍ତି ଶାହ । ତେଣୁ ଆଗକୁ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ସହ କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି ପ୍ରଭାବୀ ପ୍ରଦର୍ଶନ କରିବ ବୋଲି ଦମ୍ଭ ଭରିଛନ୍ତି ଶାହ ।
ଅଧିକ ପଢନ୍ତୁ: ଭାରତର ଦମଖମ୍ ଦେଖିଲା ସାରା ବିଶ୍ବ
ସେହିପରି ମୋଦି ସରକାରର ଉପଲବ୍ଧି ଗଣାଇବା ସହ ଲୋକଙ୍କ ଜୀବନରେ ଆସିଥିବା ଅଭୂତପୂର୍ବ ପରିବର୍ତ୍ତନର ମଧ୍ୟ ନଥିପତ୍ର ସାମ୍ନାରେ ଥୋଇଛନ୍ତି । ଦେଶର ବିକାଶ, ଦେଶକୁ ସୁରକ୍ଷିତ ରଖିବା ଓ ଏହାର ଅର୍ଥବ୍ୟବସ୍ଥାକୁ ଦ୍ରୁତ ଅର୍ଥବ୍ୟବସ୍ଥାରେ ପରିଣତ କରିବା ଦିଗକୁ ପ୍ରାଥମିକତା ଦେଉଛନ୍ତି ମୋଦି ସରକାର । ଆଦିବାସୀଙ୍କ ବିକାଶ ପାଇଁ ଲଗାତାର କାର୍ଯ୍ୟ ଜାରି ରହିଛି । ଯେଉଁଥିପାଇଁ ପ୍ରଥମ ଥର ଜଣେ ଆଦିବାସୀ ହୋଇଛନ୍ତି ଦେଶର ରାଷ୍ଟ୍ରପତି । ଦେଶର ୬୦ କୋଟିରୁ ଅଧିକ ଗରିବ ଲୋକଙ୍କ ଆର୍ଥିକ ଅବସ୍ଥା ସୁଧାରିଛନ୍ତି ମୋଦି ସରକାର । ରେଲୱେ ଠାରୁ ମହାକାଶ ପ୍ରତିଟି କ୍ଷେତ୍ରରେ ଅଗ୍ରଣୀ ସାଜିବାକୁ ପ୍ରୟାସ କରୁଛୁ ବୋଲି ଶାହ ଖବର ସରବରାହ ସଂସ୍ଥା ଏଏନ୍ଆଇକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ମୋଦି ସରକାରର ସବୁଠୁ ବଡ ଉପଲବ୍ଧି । ସେହିପରି ଭାରତକୁ ଜି20 ଅଧ୍ୟକ୍ଷତା ମିଳିବା ବିଶ୍ବପଟଳରେ ଭାରତ ର ଗୁରୁତ୍ବକୁ ପ୍ରତିପାଦିତ କରିଥିବା ଶାହ କହିଛନ୍ତି ।
ସେହିପରି ଅଦାନୀ ପ୍ରସଙ୍ଗରେ ସଡ଼କରୁ ସଂସଦ ଯାଏଁ ହୋହଲ୍ଲା କରୁଥିବା ବିରୋଧୀଙ୍କୁ ମଧ୍ୟ ସଫାସଫା ସନ୍ଦେଶ ଦେଇଛନ୍ତି ଶାହ । ଏହି ପ୍ରସଙ୍ଗରେ କିଛି ଡରିବାର ନାହିଁ କି ଲୁଚାଇବାର ନାହିଁ କି ବିଜେପିର ମଧ୍ୟ ଅଦାନୀ ପ୍ରସଙ୍ଗରେ କୌଣସି ସମ୍ପୃକ୍ତି ନାହିଁ । ମାମଲା ଏବେ ସୁପ୍ରିମକୋର୍ଟରେ ଥିବା ବେଳେ ପ୍ରମାଣ ଥିଲେ କଂଗ୍ରେସ କୋର୍ଟ ଯିବା ଆବଶ୍ୟକ କହି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ।
ରାଜନୀତି ନ୍ୟୁଜ ଆହୁରି ପଢନ୍ତୁ