ଏହି ଦିନ ସବୁ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀମାନେ ଆତଙ୍କବାଦ ବିରୋଧରେ ଶପଥ ଗ୍ରହଣ କରିବେ । ଏହା ଛଡା ସୋସିଆଲ ସାଇଟ୍ରେ ମଧ୍ୟ ଆତଙ୍କବାଦ ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରସାର କରାଯିବ। ଚଳିତବର୍ଷ ୨୧ ମେ ଶନିବାର ପଡୁଛି। ସରକାରୀ ଦପ୍ତର ସବୁ ବନ୍ଦ ରହିବ। ପରିପ୍ରେକ୍ଷୀରେ ମେ ୨୦ ତାରିଖ ଦିନ ଦିବସକୁ ଅଗ୍ରୀମ ପାଳନ କରିବାକୁ କୁହାଯାଇଛି ।
ଶପଥପାଠର ଅନ୍ୟ ଏକ ଉଦ୍ଦେଶ୍ୟ ଦେଶର ଯୁବକଙ୍କୁ ଆତଙ୍କବାଦ ବିରୋଧରେ ସଚେତନ କରିବା। ସେଥିପାଇଁ ଯୁବବର୍ଗଙ୍କୁ ଆତଙ୍କବାଦ ଓ ହିଂସାରୁ ଦୂରରେ ରହିବା ଲାଗି ସଚେତନ କରିବା ନିମନ୍ତେ ଉଦ୍ୟମ କରାଯିବ । ସେହିପରି ଆତଙ୍କବାଦ ବିରୋଧରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବି ଲୋକଙ୍କୁ ସୂଚିତ କରାଯିବ । ଏ ସମ୍ପର୍କିତ ପତ୍ର ସବୁ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ସବୁ ମନ୍ତ୍ରାଳୟ ଓ ବିଭାଗ ସଚିବଙ୍କୁ ପଠାଇ ଦିଆଯାଇଛି ।