ଏବେ ଏହି ମାମଲାରେ ସୂଚନା ଅଧିକାର ଆଇନ ଜରିଆରେ ଯେଉଁ ତଥ୍ୟ ମିଳିଛି ସେଥିରୁ ସ୍ପଷ୍ଟ ହୋଇଛି ଯେ କେଜରିୱାଲଙ୍କ ମଦ ନୀତି କାରଣରୁ ଦିଲ୍ଲୀ ସରକାରଙ୍କ ରାଜସ୍ୱକୁ ବିପୁଳ ହାନୀ ହୋଇଛି । ପୂର୍ବରୁ ଯେତେ ହାନି ହୋଇଥିବା ଅନୁମାନ କରାଯାଉଥିଲା ତା ଠାରୁ ଢେର ଅଧିକ ହାନୀ ଦିଲ୍ଲୀ ସରକାରଙ୍କୁ ହୋଇଛି ।
ବିଜେପିର ପ୍ରବକ୍ତା ଶେହଜାଦ ପୁନାୱାଲା କହିଛନ୍ତି ଯେ ସୂଚନା ଅଧିକାର ଆଇନ ଜରିଆରେ ମିଳିଥିବା ତଥ୍ୟ ଅନୁସାରେ କେଜରିୱାଲଙ୍କ ମଦ ନୀତି କାରଣରୁ ସରକାରୀ ରାଜକୋଷକୁ ପାଖା ପାଖି 25 ଶହ କୋଟି ଟଙ୍କାର କ୍ଷତି ହୋଇଛି ।
ସେ କହିଛନ୍ତି ଯେ ନୂଆ ମଦ ନୀତି କାରଣରୁ ନଭେମ୍ବର 17, 2021 ମସିହାରୁ ଅଗଷ୍ଟ 31, 2022 ଯାଏ ମୋଟ 5036 କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଥିଲା । ଅର୍ଥାତ ପ୍ରତିଦିନ 17.5 କୋଟି ଟଙ୍କା ହାରରେ ରାଜସ୍ୱ ମିଳିଥିଲା । ସେ କହିଛନ୍ତି ଯେ ସେପ୍ଟେମ୍ବର 2022ରେ ପୁରୁଣା ମଦ ନୀତି କାରଣରୁ ଦିଲ୍ଲୀର ରାଜକୋଷକୁ 768 କୋଟି ଟଙ୍କା ଆସିଥିଲା । ଅର୍ଥାତ ପ୍ରତିଦିନ ହାରାହାରି 25.6 କୋଟି ଟଙ୍କାର ରାଜସ୍ୱ ଆସିଥିଲା । ତେଣୁ କେଜରିୱାଲ ଯେଉଁ ନୂଆ ମଦ ନୀତି ଲାଗୁ କରିଥିଲେ ସେଥିରୁ ପ୍ରତି ଦିନ ଅତି କମରେ 8 କୋଟି ଟଙ୍କାର ରାଜସ୍ୱ ହାନି ହୋଇଛି ।
କେବଳ ସେତିକି ନୁହେଁ ଶେହଜାଦ ଆହୁରି କହିଛନ୍ତି ଯେ ଷ୍ଟିଂଗ ଅପରେସନରୁ ପ୍ରମାଣିତ ହୋଇସାରିଛି ଯେ ଆମ ଆଦମୀ ପାର୍ଟିର ନେତା ମାନେ ମଦ ମାଫିଆ ମାନଙ୍କ ଠାରୁ କମିଶନ ନେଇଛନ୍ତି । ମଦ ଦୁର୍ନୀତିରେ ମଦ ମାଫିଆ ମାନଙ୍କ ସହ ଆମ ଆଦମୀ ପାର୍ଟିର ନେତା ମାନେ ମିଶି ରହିଥିବାରୁ ସେମାନଙ୍କୁ କୋର୍ଟରୁ କୌଣସି ପ୍ରକାର ଆଶ୍ୱସ୍ତି ମିଳୁ ନାହିଁ ।
ସେ ଆହୁରି କହିଛନ୍ତି ଯେ ଏହି ମଦ ଦୁର୍ନୀତିର କମିଶନ ଅର୍ଥକୁ କେଜରିୱାଲ ପଂଜାବ ନିର୍ବାଚନରେ ବ୍ୟବହାର କରିଥିଲେ । ଏବେ ଗୁଜରାତରେ ଏହି କମିଶନ ଅର୍ଥକୁ ଆମ ଆଦମୀ ପାର୍ଟି ବ୍ୟବହାର କରୁଛି ବୋଲି ସେ କହିଛନ୍ତି । ମଦ ନୀତି ସମ୍ପର୍କରେ ଯେତେବେଳେ ଆମ ଆଦମୀ ପାର୍ଟିକୁ ପ୍ରଶ୍ନ କରାଯାଏ ସେତେବେଳେ ଏହାର ଉତ୍ତର ଦେବା ପରିବର୍ତ୍ତେ ସେମାନେ ଭିକ୍ଚିମ କାର୍ଡ ଖେଳନ୍ତି ବୋଲି ସେ କହିଛନ୍ତି ।
ଭାରତ ଖବର ଆହୁରି ପଢ଼ନ୍ତୁ ।
AAP Ka Paap
RTI from Delhi Govt - New Sharab policy led to loss of Rs 2500cr atleast
Under New Policy Delhi Govt earned ₹ 5036 Cr from 17th Nov 21 to 31st Aug 22 ie Rs 17.5 cr/day whereas Old Excise policy earned ₹ 768 cr in Sep 2022 ie Rs 25.6 Cr/day-loss of ₹8cr/day 1/n pic.twitter.com/fHJwYGLKyS — Shehzad Jai Hind (@Shehzad_Ind) October 30, 2022