'ପଞ୍ଜାବ ନିର୍ବାଚନ ୱାଚ୍' ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍ (ADR) ସହିତ ଜଡିତ ପଞ୍ଜାବ ନିର୍ବାଚନ ୱାଚ୍ (PEW) ଫେବୃଆରୀ ୨୦ ନିର୍ବାଚନରେ ମୋଟ ୧,୩୦୪ ପ୍ରାର୍ଥୀଙ୍କ ମଧ୍ୟରୁ ୧୨୭୬ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରମାଣପତ୍ର ବିଶ୍ଲେଷଣ କରିଛି।
ରିପୋର୍ଟ ଏ କଥା ମଧ୍ୟ ଦର୍ଶାଇଛି ଯେ, ଅଧାରୁ ଅଧିକ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ ବା ଦ୍ବାଦଶ ଶ୍ରେଣୀ। ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ହେଉଛି ୪କୋଟି ୩୧ ଲକ୍ଷ ଟଙ୍କା । ଯାହା ୨୦୧୭ ନିର୍ବାଚନ ବେଳେ ୩କୋଟି ୪୯ ଲକ୍ଷ ଥିଲା। ସବୁଠାରୁ ବଡ଼ କଥା ହେଉଛି ଅଧିକ ସମ୍ପତ୍ତି ଥିବା ପ୍ରାର୍ଥୀ କଂଗ୍ରେସ କି ବିଜେପିର ନୁହେଁ ବରଂ ଆପ୍ ବା ଆମ୍ ଆଦମୀ ପାର୍ଟିର।