ସିକର ଟାଇମ୍ସ ମୁତାବକ, ଏହି ବର୍ବର ଆତଙ୍କବାଦ ଆକ୍ରମଣ କଥା ଆମ ତତ୍କାଳୀନ କେନ୍ଦ୍ର ସରକାର ଜାଣିଥିଲେ। ହେଲେ ଦୁଭାଗ୍ୟ ସେ ସମୟରେ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ସମ୍ଭବତଃ କୌଣସି ବଡ ଡିଲ୍ ଏଥିରେ ଥିଲା ବୋଲି କୁହାଯାଉଛି। ଆମ ଦେଶର ସବୁଠାରୁ ବଡ଼ ଗୁଇନ୍ଦା ସଂସ୍ଥା RAW ପାଖରେ ଏହି ଆକ୍ରମଣର ପୂର୍ବପ୍ରସ୍ତୁତିର ସମସ୍ତ ବ୍ଲୁ ପ୍ରିଣ୍ଟ ମହଜୁଦ୍ ଥିଲା। କିନ୍ତୁ କ’ଣ ପାଇଁ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନି ତାହା ଆଜି ବି ଏକ ଅସମାହିତ ପ୍ରଶ୍ନ ।
ଯେଉଁ ନଉକାରେ ବସି ଆତଙ୍କବାଦୀମାନେ ଆସୁଥିଲେ, ସେ ସମ୍ପର୍କରେ ସମସ୍ତ ତଥ୍ୟ ପୂର୍ବରୁ ପାଇ ସାରିଥିଲା RAW । ଇସରାଇଲ ଓ ଆମେରିକା ଏ ବାବଦରେ ଭାରତକୁ ସମସ୍ତ ତଥ୍ୟ ଜଣାଇଥିଲା। ଏପରିକି ଏ ଆତଙ୍କବାଦୀ ଗୋଷ୍ଠୀ ନରିମନ ହାଉସ୍ ଯାଉଛନ୍ତି ବୋଲି ତଥ୍ୟ ମଧ୍ୟ ରହିଥିଲା। ଏ ବାବଦରେ ଯେତେବେଳେ କେନ୍ଦ୍ର ସରକାର ଅବଗତ ହେଲେ। ସେତେବେଳକୁ ନେଡିଗୁଡ କହୁଣୀ ବହି ସାରିଥିଲା। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା କଥା। ଆବଶ୍ୟ ଆପଣ କହିପାରନ୍ତି ସେତେବଳେ ଏ ନେଇ ଉଚିତ୍ ପଦକ୍ଷେପ ମଧ୍ୟ ନିଆଯାଇଥିଲା। ତାହା ଥିଲା RAW ମୁଖ୍ୟଙ୍କ ଇସ୍ତଫା। ଇଣ୍ଟେଲିଜେନ୍ସ ଫେଲୁଅର କହି RAW ମୁଖ୍ୟ ଅଶୋକ ଚତୁର୍ବେଦୀ ଇସ୍ତଫା ଦେଲେ। ଯାହାକୁ ଧର୍ମକୁ ଆଖିଠାର ମାରିଲା ଭଳି ଆମ କେନ୍ଦ୍ର ୟୁପିଏ ସରକାର ବରଖାସ୍ତ କଲେ। ମାନେ ଇସ୍ତଫା ଅଗ୍ରାହ୍ୟ କରି ଦିଆଗଲା।
ପାଠକଙ୍କୁ ଜଣାଇବା ପାଇଁ କହିରଖୁଛୁ ଯେ, ତତ୍କାଳୀନ RAW ମୁଖ୍ୟ ଅଶୋକ ଚତୁବେଦୀ ମହୋଦୟ ଗୋଟିଏ ସ୍ବଚ୍ଛ ଚରିତ୍ରର ମଣିଷ ନୁହଁନ୍ତି। ତାଙ୍କ ଉପରେ ପ୍ରତୀରକ୍ଷା ସାମଗ୍ରୀ କ୍ରୟ ଦୁନୀତି ଅଭିଯୋଗ ଆସିଥିଲା। ଯାହା ଲଗାଇଥିଲେ ଜେନେରାଲ ବି କେ ସିଂହ। ପରେ ଏହି ଘଟଣାରେ ଜେନେରାଲ ବି କେ ସିଂ ମଧ୍ୟ ହରଡଘଣାରେ ପଡିଲେ। ତାଙ୍କ ଘର ରେଡ କରାଗଲା। ତାଙ୍କ ଛବିକୁ ମଳିନ କରିବାକୁ ଚେଷ୍ଟା କରାଗଲା।
ଘଟଣା ଆଜି ଇତିହାସ ହୋଇଯାଇଛି। ଗୋଟିଏ ପ୍ରଶ୍ନ ଆଜିବି ମନରେ ଉଙ୍କିମାରେ। RAW ସବୁ ଜାଣିଥିଲେ ବି ଏଡେବଡ଼ କାଣ୍ଡ ଘଟିଗଲା। ଦୋଷୀ କାହାକୁ କହିବା ?
ବ୍ରିଟେନ ସରକାର ଭାରତୀୟ ହାଇ କମିଶନଙ୍କୁ ସୁରକ୍ଷା ପ୍ରଦାନ କରିବାରେ ବିଫଳ