ଏହି ମଜାର ଗୁଡିକ ଦେହରାଦୁନର ବନ ବିଭାଗର ଭୂମିରେ ତିଆରି ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା ଯେ ବୁଲଡୋଜର ଦ୍ୱାରା ଏହି ମଜାର ଗୁଡିକୁ ଧ୍ୱସ୍ତ କରାଯିବା ବେଳେ ସେଠାରେ କୌଣସି ପ୍ରକାର ମାନବର ଅବଶେଷ ମିଳି ନ ଥିଲା । ଅର୍ଥାତ କେବଳ ଜଙ୍ଗଲ ଜମି ଉପରେ କବଜା କରିବାକୁ ଲ୍ୟାଣ୍ଡ ଜିହାଦ କରିବା ଦୃଷ୍ଟିରେ ଏହି ମଜାର ଗୁଡିକ ତିଆରି କରା ଯାଇଥିଲା ।
ଉତ୍ତରାଖଣ୍ଡର ଜଙ୍ଗଲ ଜମିରେ ଏଭଳି ମୋଟ 14 ଶହ ମଜାରକୁ ଚିହ୍ନଟ କରାଯାଇଛି ଯାହାକୁ ବେଆଇନ ଭାବେ ତିଆରି କରାଯାଇଛି । ମୁଖ୍ୟମନ୍ତ୍ରୀ ଧାମୀ ଏହି ସବୁ ମଜାରକୁ ବୁଲଡୋଜର ଲଗାଇ ଧ୍ୱସ୍ତ କରିବାକୁ ନିର୍ଦେଶ ଦେଇଛନ୍ତି । ଏହି ନିର୍ଦେଶ ଆଧାରରେ ଉତରାଖଣ୍ଡ ସରକାର ଦ୍ୱାରା ବେଆଇନ ମଜାର ଗୁଡିକୁ ଭଙ୍ଗା ଅଭିଯାନ ଆରମ୍ଭ କରାଯାଇଛି ।
ଜଙ୍ଗଲ ଜମିରେ ଏହି ସବୁ ବେଆଇନ ଭାବେ ନିର୍ମିତ ମଜାର ଗୁଡିକ ବିଷୟରେ ଆଉ ଏକ ଉଲ୍ଲେଖନୀୟ କଥା ହେଲା ଯେ ଏହି ସବୁ ମଜାର ଗୁଡିକୁ ରିଜର୍ଭ ଫରେଷ୍ଟର ଏଭଳି ଅଂଚଳରେ ନିର୍ମାଣ କରାଯାଇଛି ଯେଉଁଥିରେ ଲୋକ ମାନଙ୍କର ଓ କୌଣସି ପ୍ରକାର ନିର୍ମାଣ ସାମଗ୍ରୀ ନେବା ଉପରେ ସମ୍ପୂର୍ଣ କଟକଣା ରହିଛି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ କିଛି ଲୋକ ଉତରାଖଣ୍ଡର ଜଙ୍ଗଲ ଜମିରେ ମଜାର ତିଆରି କରିବାର ଷଡଯନ୍ତ୍ରରେ ଲାଗିଛନ୍ତି ।
ଏମାନେ ପ୍ରଥମେ ରାସ୍ତା କଡରେ ପତାକା ଓ ପଥରରେ ଚୁନ ଲଗାଇ ଏରୋ ଚିହ୍ନ ତିଆରି କରନ୍ତି ଓ ପରେ ଜଙ୍ଗଲ ଭିତରେ ଏକ ପଥରରେ ଟିଲା ତିଆରି କରି ତା ଉପରେ ଧଳା ଓ ନୀଳ ଚାଦର ଘୋଡାଇ ଦିଅନ୍ତି । ଏହା ସହିତ ସେମାନେ ଆଖପାଖରେ ଥିବା ଗଛ ଗୁଡିକରେ ସବୁଜ ପତାକା ଲଗାଇ ଦିଅନ୍ତି । ଏହା ପରେ ସେଠାରେ ଧୁପ ଲଗାଇ ନିଜର ଧନ୍ଦା ଆରମ୍ଭ କରି ଦେଇଥାନ୍ତି ।
ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ହେବା ପରେ ଗତ ମାସ ଆଇଏଫଏସ ଅଧିକାରୀ ମାନଙ୍କର ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଧାମୀ ଅଧିକାରୀ ମାନଙ୍କୁ ବନାଂଚଳରେ ଏଭଳି ବେଆଇନ ମଜାର ଗୁଡିକୁ ହଟାଇବାକୁ ନିର୍ଦେଶ ଦେଇଥିଲେ । ସେହି ନିର୍ଦେଶ ଅନୁସାରେ କାର୍ଯାନୁଷ୍ଠାନ ଗ୍ରହଣ କରାଯାଉଥିବା ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି ।