କିଛି ମାସ ତଳର ଏହି ଘଟଣା ହୋଇଥିବାବେଳେ, ଏହା ବର୍ତ୍ତମାନ ଭାଇରାଲ ହେଉଛି। ୨୩ ବର୍ଷୀୟ ଆନ୍ଧ୍ରପ୍ରଦେଶର ଜାହ୍ନବୀ କଣ୍ଡୁଲା ଆମେରିକାରେ ରହି ମାଷ୍ଟର ଡିଗ୍ରୀ କରୁଥିଲେ। ଘଟଣା ଅନୁସାରେ ଗତ ୨୩ ଜାନୁଆରୀରେ ସିଆଟେଲର ରାସ୍ତାରେ ଯାଉଥିବା ସମୟରେ ପୋଲିସର ଏକ ଏସପିଡ଼ି କାର ଆସି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ଫଳରେ ଜାହ୍ନବୀଙ୍କ ଶୋଚନୀୟ ମୃତ୍ୟୁ ହୋଇଥିଲା। କିନ୍ତୁ ଦୁଃଖର କଥା ହେଉଛି ଏହି ସମୟରେ ପୋଲିସ ଅଧିକାରୀ ଜଣକ ସେଠାରେ ଗାଡ଼ି ନ ରଖି ପଳାଇଥିଲେ। ଆଉ ହସି ହସି ଉପରସ୍ଥ ଅଧିକାରୀଙ୍କୁ କହୁଥିଲେ, ତା ଜୀବନର ମୂଲ୍ୟ ଏମିତି କେତେ ଥିଲା ଯେ?
ଏହି ଖବର ଏବେ ସମସ୍ତଙ୍କୁ ଆଘାତ ଦେଇଛି। ଏତେ ବଡ଼ ଦେଶରେ ଭାରତୀୟ ଯୁବତୀଙ୍କ ମୃତ୍ୟୁକୁ ନେଇ ଏଭଳି କଦର୍ଯ୍ୟ ବ୍ୟବହାର ଅଦୌ ଠିକ ନୁହେଁ। ଏଥିପାଇଁ ତାଙ୍କୁ କ୍ଷମା ମାଗିବାକୁ ଭାରତ କହିଛି। ଗୋଟିଏ ୧୧ ହଜାର ଡଲାର ଚେକ ଧରାଇଦେଲେ କାମ ଶେଷ।” ଯାହାକୁ ଶୁଣିବା ପରେ ଭାରତୀୟଙ୍କ ମନରେ ଆଘାତ ହୋଇଛି। ଏହାସହ ପ୍ରଶ୍ନ ଉଠୁଛି କି କ’ଣ ମାନବିକତା ଭୁଲି ଗଲାଣି? ଜଣକୁ ମାରିବା ପରେ ବି ତା ଜୀବନର ମୂଲ୍ୟ କିଛି ନାହିଁ ବୋଲି କହି ଥଟ୍ଟା ପରିହାସ କରିବା କେତେଦୂର ଠିକ?
ଅଧିକ ପଢ଼ନ୍ତୁ ବିଦେଶ ଖବର: