ଜୁଲାଇରେ ଜିଏସଟି ପରିଷଦରେ ଅନଲାଇନ୍ ଗେମିଂ, କ୍ୟାସିନୋ ଓ ଘୋଡ଼ାଚଢ଼ା ଭଳି କ୍ରୀଡ଼ା ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ ନେଇ ଘୋଷଣା କରାଯାଇଥିଲା । ଅଗଷ୍ଟ ୨ରେ ୫୧ତମ କାଉନସିଲ ବୈଠକରେ ଜିଏସଟି ହାର ବୃଦ୍ଧି ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିଲା ।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ମହଙ୍ଗା ହେବ ଅନଲାଇନ ଗେମ୍ । ଆଜିଠୁ ଅନଲାଇନ ଗେମିଂରେ ଲାଗୁ ହେବ ୨୮ ପ୍ରତିଶତ ଜିଏସଟି । ଏନେଇ ସ୍ବଷ୍ଟ କରିଛନ୍ତି ସୀମା ଶୁଳ୍କ ବୋର୍ଡ ଅଧ୍ୟକ୍ଷ ସଞ୍ଜୟ ଅଗ୍ରୱାଲ । ଜିଏସଟି ଲାଗୁ କରିବା ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । ଏଥିପାଇଁ ଖେଳ କମ୍ପାନୀମାନଙ୍କୁ ଆଇନଗତ ନୋଟିସ ପଠାସରିଛି ।
ଜୁଲାଇରେ ଜିଏସଟି ପରିଷଦରେ ଅନଲାଇନ୍ ଗେମିଂ, କ୍ୟାସିନୋ ଓ ଘୋଡ଼ାଚଢ଼ା ଭଳି କ୍ରୀଡ଼ା ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ ନେଇ ଘୋଷଣା କରାଯାଇଥିଲା । ଅଗଷ୍ଟ ୨ରେ ୫୧ତମ କାଉନସିଲ ବୈଠକରେ ଜିଏସଟି ହାର ବୃଦ୍ଧି ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିଲା ।
ଅଧିକ ପଢ଼ନ୍ତୁ ଭାରତ ଖବର
ଭୁବନେଶ୍ୱର: ରାଜନୈତିକ ପୃଷ୍ଠପୋଷକତାରେ ଚାଲିଥିଲା ସାହୁ ବ୍ରଦର୍ସଙ୍କ ଅବାଧ ମଦ ସାମ୍ରାଜ୍ୟ। ଖୋଲିଲା ବିଜେଡି ସହ ବୁଝାମଣାର ଗୁମର, ମିଳିଲା ବଡ଼ ପ୍ରମାଣ। ଗ୍ରାମ୍ୟ ଜଙ୍ଗଲ ଓ ଗୋଚର ଜମିରେ ଦୀପକ ସାହୁଙ୍କ ସ୍କୁଲ ଥିବା ଅଭିଯୋଗ। 5 ଦିନ ପରେ ବି ମନ୍ତ୍ରୀ ଟୁକୁନି ସାହୁଙ୍କ ନିରବତା ନେଇ ଉଠିଲା ପ୍ରଶ୍ନ । ସ୍କୁଲର ଉଦଘାଟନ କରିଥିଲେ ମନ୍ତ୍ରୀ ଟୁକୁନି ସାହୁ। ମଦ ବ୍ୟବସାୟୀ ଦୀପକ ସାହୁଙ୍କ ସହ ମନ୍ତ୍ରୀ ଟୁକୁନି ସାହୁଙ୍କ ସମ୍ପର୍କ କେବଳ ମଞ୍ଚରେ ବସିବା ଯାଏଁ ସୀମିତ ନ ଥିଲା । ମନ୍ତ୍ରୀଙ୍କ ରାଜନୈତିକ କାର୍ଯ୍ୟକ୍ରମରେ ଲାଗୁଥିଲା ମଦ ବ୍ୟବସାୟୀଙ୍କ ଗାଡ଼ି । ଦୀପକ ସାହୁଙ୍କ କମ୍ପାନୀର ଗାଡି ବି ମନ୍ତ୍ରୀ ଟୁକୁନି ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଚର୍ଚ୍ଚା ହେଉଛି, ଟୁକୁନିଙ୍କ ସ୍ବର୍ଗତ ସ୍ବାମୀଙ୍କୁ ମିଳିଥିଲା ଏ ଉପହାର। ବଡ ପ୍ରଶ୍ନ, ସେଥିପାଇଁ ଦୀପକଙ୍କ ଉପରେ ମେହରବାନ ଥିଲେ କି ଟୁକୁନି ?
ସହର ଭିତରେ ଦୀପକ ସାହୁଙ୍କ ମଦ ଭାଟି । ଇଏ ହେଉଛି ଦୀପକ ସାହୁଙ୍କ ସହର ମଝିରେ ଥିବା ସେହି ମଦଭାଟ୍ଟି। ଯେଉଁଠୁ ଜବତ ଆୟକର ବିଭାଗ ରେଡ୍ କରି ଜବତ କରିଛି କୋଟି କୋଟି ଟଙ୍କା। ସହର ମଝି ଦେଶୀ ମଦ ତିଆରି ହେଉଥିଲା ଏହି ଭାଟିରୁ। ବାରମ୍ବାର ଲୋକଙ୍କ ଅଭିଯୋଗ ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ଶୁନ୍ । ସ୍ଥାନୀୟ ଲୋକଙ୍କ ଅଭିଯୋଗ, ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ଘନିଷ୍ଠତା ଯୋଗୁଁ ଦୀପକ ସାହୁଙ୍କ ଏହି ମଦ ଭାଟିରେ ହାତ ମାରିପାରୁନଥିଲା ପ୍ରଶାସନ। ଜଙ୍ଗଲ ଓ ଗୋଚର ଜମିରେ ଜବରଦଖଲ ଅଭିଯୋଗ, ଦୀପକ ସାହୁଙ୍କ ସ୍କୁଲ ବସରେ ବିଜେଡି ପତାକା, ମନ୍ତ୍ରୀ ଟୁକୁନି ସାହୁଙ୍କୁ କାର ଉପହାରକୁ ନେଇ ସଙ୍ଗୀନ ଅଭିଯୋଗ। ଯାହା ଦୀପକ ସାହୁଙ୍କ ବିଜେଡି ଲିଙ୍କ୍ ଚର୍ଚ୍ଚାକୁ ଆହୁରି ତେଜିଛି। ହୁଏତ ଏଥିପାଇଁ ୨୦ ବର୍ଷ ହେଲା ଟେଣ୍ଡର ବିନା କେବଳ ରେନ୍ୟୁରେ ଚାଲିଥିଲା ଦୀପକ ସାହୁଙ୍କ ମଦ ସାମ୍ରାଜ୍ୟ। ବର୍ତ୍ତମାନର ବଡ ପ୍ରଶ୍ନ, କାହିଁକି ଟୁକୁନି ସାହୁଙ୍କ ମୁହଁରେ ତୁଣ୍ଡି ? ଜବାବ ରଖିବେ କି ମନ୍ତ୍ରୀ ଟୁକୁନି ସାହୁ ?
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର/ନୂଆଦିଲ୍ଲୀ: ଦୁର୍ନୀତି ବିରୋଧରେ ମୋଦିଙ୍କ କାର୍ଯ୍ୟାନୁଷ୍ଠାନ ଗ୍ୟାରେଣ୍ଟି । ଆସନ୍ତାକାଲି ସଂସଦ ଗାନ୍ଧିମୂର୍ତ୍ତି ସାମ୍ନାରେ ଧାରଣା ଦେବ ବିଜେପି । ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ଏବେ ଟ୍ବିଟ୍ କରି ଦୁର୍ନୀତିଖୋରଙ୍କୁ ଚେତାଇ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଧାରଣାର ସାଇଡ ଇଫେକ୍ଟ ହେବ କି ବିଜେଡି ମୁହାଁ ? ପ୍ରଧାନମନ୍ତ୍ରୀ ମୋଦିଙ୍କ ଭ୍ରଷ୍ଟାଚାର ବିରୋଧୀ ଗ୍ୟାରେଣ୍ଟିକୁ ନେଇ କଂଗ୍ରେସ ଶିବିରରେ କମ୍ପନ। ଝାଡ଼ଖଣ୍ଡ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ପରିବାରର ବ୍ୟବସାୟିକ ପ୍ରତିଷ୍ଠାନରୁ ଶହଶହ କୋଟି ନଗଦ ଟଙ୍କା ମିଳିବା ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା। ଦୀର୍ଘ 5 ଦିନ ଧରି ଟଙ୍କା ଗଣତି ଚାଲିଥିଲେ ବି ସରୁନି। ଆଇଟି ରେଡରେ କଂଗ୍ରେସ ସାଂସଦଙ୍କ କଳା କାରନାମାର ପର୍ଦ୍ଦାଫାସ ହୋଇଥିବାରୁ ସଣ୍ଡୁଆସୀ ଆକ୍ରମଣ କରୁଛି ବିଜେପି। ପ୍ରଧାନମନ୍ତ୍ରୀଙ୍କ ଗ୍ୟାରେଣ୍ଟି ଟ୍ବିଟ୍ ପରେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କରିଛନ୍ତି ଆଟାକ୍। ଯଦି କଂଗ୍ରେସ ଦୁର୍ନୀତିର ଗ୍ୟାରେଣ୍ଟି ହୁଏ ତେବେ ଦୁର୍ନୀତି ବିରୋଧରେ ମୋଦି କାର୍ଯ୍ୟାନୁଷ୍ଠାନର ଗ୍ୟାରେଣ୍ଟି ବୋଲି ଟ୍ବିଟ୍ କରିଛନ୍ତି ନଡ୍ଡା।
ସେପଟେ କଂଗ୍ରେସ ଏଥିରୁ ନିଜକୁ ଦୂରେଇବାକୁ କରିଛି ଚେଷ୍ଟା। ଧୀରଜ ସାହୁଙ୍କ ବ୍ୟକ୍ତିଗଡ଼ ବ୍ୟବସାୟ ସହ ପାର୍ଟିର କିଛି ଲେନ୍ ଦେନ୍ ନାହିଁ ବୋଲି ସଫେଇ ଦେଇଛି ଦଳ। ତେବେ ଚଟୁ ନିରାମିଷ ବେଣ୍ଟ ଆମିଷ ହେବ କିପରି ? ତେଣୁ କଂଗ୍ରେସକୁ ଘେରିବା ପାଇଁ ବିଜେପି କରିଛି ବଡ଼ ରଣନୀତି । ଆସନ୍ତାକାଲି ସଂସଦ ଭବନ ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେବେ ବିଜେପି ସାଂସଦ। ସେପଟେ ଖୋଲୁଛି ଧୀରଜ ସାହୁଙ୍କ ମଦ ସାମ୍ରାଜ୍ୟର ଗୁମର। ପଞ୍ଚମ ଦିନରେ ବି ଆୟକର ବିଭାଗର ମାରାଥନ୍ ଚଢାଉ ଜାରି ରହିଛି । ଶହ ଶହ କୋଟିର ମଦ ଘୋଟାଲାରେ ବିଜେଡି ଲିଙ୍କ ସାମ୍ନାକୁ ଆସିଛି । ଅଭିଯୁକ୍ତ ଦୀପକ ସାହୁଙ୍କ କମ୍ପାନୀର ଗାଡ଼ି ବ୍ୟବହାର କରୁଥିଲେ ମନ୍ତ୍ରୀ ଟୁକୁନି ସାହୁ। ଶହଶହ କୋଟିର ମଦ ଘୋଟାଲାରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଜେଡି ନେତା ରାଜେନ୍ଦ୍ର ଢୋଲକିଆ, ପ୍ରଦୀପ ଅମାତ, ଯୋଗେଶ ସିଂଙ୍କ ଭଳି ନେତାଙ୍କ ସଂପୃକ୍ତି ଅଭିଯୋଗ ଆଣିଛି ବିଜେପି । ତେଣୁ ବିଜେପିର ଭ୍ରଷ୍ଟାଚାର ବିରୋଧୀ ଗ୍ୟାରେଣ୍ଟିର ଶିକାର କେବଳ କଂଗ୍ରେସ ନୁହେଂ ବିଜେଡୁ ଉପରେ ବି ପଡ଼ିବ ବିଜେପି ଆନ୍ଦୋଳନର ସିଧା ସିଧା ପ୍ରଭାବ। କାରଣ ଏଯାଏ ଏ ପ୍ରସଙ୍ଗରେ ମୁହଁ ଖୋଲୁନି ବିଜୁ ଜନତା ଦଳ।
ଝାଡ଼ଖଣ୍ଡରୁ ଓଡ଼ିଶା ଯାଏ ଲମ୍ବିଛି ସାହୁ ପରିବାରର କଳା ସାମ୍ରାଜ୍ୟ । ଦୀର୍ଘବର୍ଷ ଧରି ଓଡ଼ିଶାରେ ବ୍ୟବସାୟ କରି ଓଡ଼ିଆଙ୍କ ଝାଳବୁହା ଧନ ଲୁଟ ପାଇଁ ଯେଉଁମାନେ ଉତ୍ତରଦାୟୀ, ସେମାନେ ମୁହଁରେ ତୁଣ୍ଡି ନ ବାନ୍ଧି ଉତ୍ତର ଦେବାକୁ ବାଧ୍ୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଅଧିକ ପଢନ୍ତୁ ଓଡ଼ିଶା ଖବର