
ନୂଆଦିଲ୍ଲୀ : ୨୬ ଘଣ୍ଟାର ପରେ ଧାରଣାରୁ ଉଠିଲେ ପ୍ରିୟଙ୍କା । କହିଲେ ଉଦ୍ଦେଶ୍ୟ ପୁରା ହେଲା । ସୋନଭଦ୍ର ଜିଲ୍ଲାର ଉମ୍ଭା ଗ୍ରାମରେ ହୋଇଥିବା ନରସଂହାରରେ ମୃତ୍ୟବରଣ କରିଥିବା ପରିବାରଙ୍କୁ ଭେଟିବାକୁ ଯାଇଥିଲେ ପ୍ରିୟଙ୍କା । କିନ୍ତୁ ପୋଲିସ୍ ତାଙ୍କୁ ସାକ୍ଷାତ କରିବାକୁ ଦେଇନଥିଲା । ଏହାପରେ ପ୍ରିୟଙ୍କାଗାନ୍ଧି ଧାରଣା ରେ ବସିଥିଲେ । ଶନିବାର କୁ ମୃତକଙ୍କ ପରିବାରର ୫ ଜଣ ମହିଳା ପ୍ରିୟଙ୍କାକୁ ସାକ୍ଷାତ କରିବା ପାଇଁ ଚୁନାର ପହଞ୍ଚିଥିଲେ । ଚୁନାର ଅତିଥିଭବନରେ ଉଭୟଙ୍କ ମଧ୍ୟରେ ଗୁଳିକାଣ୍ଡ ସଂପର୍କରେ ଆଲୋଚନା ହୋଇଥିଲା।ଏହି ଘଟଣାରେ ପୋଲିସ ଓ ରାଜ୍ୟ ସରକାର ମୃତକଙ୍କ ପରିବାର ପ୍ରତି ଅନ୍ୟାୟ ଓ ଅବହେଳା କରିଥିବା ପ୍ରିୟଙ୍କା କହିଛନ୍ତି । ପ୍ରିୟଙ୍କା ପିଡିତ ପରିବାରଙ୍କ ସହ ସାକ୍ଷାତ କରି କହିଛନ୍ତି ଯେ, ମୋର ଉଦ୍ଦେଶ୍ୟ ସଫଳ ହୋଇଛି ।
ତେବେ ସେ ମାତ୍ର ଦୁଇଜଣ ମୃତକଙ୍କ ସମ୍ପର୍କୀୟଙ୍କୁ ଭେଟିଛନ୍ତି। ଅନ୍ୟମାନଙ୍କୁ ଭେଟିବା ଲାଗି ତାଙ୍କୁ ଅନୁମତି ଦିଆଯାଇ ନ ଥିଲା ବୋଲି ପ୍ରିୟଙ୍କା କହିଛନ୍ତି। ସୂଚନାଥାଉ କି, ବୁଧବାର ସୋନଭଦ୍ରା ଜିଲ୍ଲା ଉମ୍ଭା ଗାଁରେ ଜମି ଗଣ୍ଡଗୋଳକୁ ନେଇ ଆଦିବାସୀ ସଂପ୍ରଦାୟର ୧୦ ଜଣଙ୍କୁ ଗୁଳି କରି ଗାଁ ମୁଖିଆ ହତ୍ୟା କରିଥିଲେ । ସେମାନଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯିବାବେଳେ ୟୁପି ପୋଲିସ ପ୍ରିୟଙ୍କାଙ୍କୁ ମିର୍ଜାପୁରର ନାରାୟଣପୁରରେ ଅଟକ ରଖିଥିଲା।

