ଅର୍ଗସ ବ୍ୟୁରୋ: ଦେଶରେ ପ୍ରଥମ । ହାତୀ ମୃତ୍ୟୁକୁ ନେଇ ସ୍ତବ୍ଧ ପୂରା ଦେଶ । ସବୁଠି ପ୍ରତିକ୍ରିୟା । କେରଳ ହାତୀ ହତ୍ୟା ମାମଲାରେ ଦୃଢ଼ କାର୍ଯାନୁଷ୍ଠାନ ପାଇଁ ଦାବି । ଏହାପରେ ମିଳିଛି ସରକାରଙ୍କ ପ୍ରତିଶ୍ରୁତି । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ବର୍ତ୍ତି ପାରିବେନି ହତ୍ୟାକାରୀ । କୌଣସି ପରିସ୍ଥିତିରେ ଦିଆଯିବନାହିଁ କ୍ଷମା । ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦୋଷୀଙ୍କୁ ଧରିବା ପାଇଁ ଉଦ୍ୟମ ଜୋରଦାର ହୋଇଛି । ମାମଲାକୁ କେନ୍ଦ୍ର ସରକାର ଅତ୍ୟନ୍ତ ଗୁରୁତର ସହ ନେଇଥିବା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର । ହାତୀଙ୍କୁ ବସ୍ଫୋରକ ଭର୍ତ୍ତି ଖାଦ୍ୟ ଦେବା ଏବଂ ହତ୍ୟା କରିବା ଭାରତୀୟ ସଂସ୍କୃତି ନୁହେଁ ବୋଲି ସେ କହିଛନ୍ତି ।
ଅନ୍ୟପଟେ ରତନ ଟାଟାଙ୍କଠୁ ଆରମ୍ଭ କରି କ୍ରିକେଟର, ଅଭିନେତା, ଅଭିନେତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ହାତୀ ହତ୍ୟାକାରୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏପରିକି ସୋସିଆଲ ମିଡିଆରେ ହାତୀର ହତ୍ୟାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । କେହି କେହି ମଣିଷ ଜାତିକୁ ମଧ୍ୟ ନିନ୍ଦୁଛନ୍ତି । ଜଙ୍ଗଲୀ ପଶୁଙ୍କ ଠାରୁ ଆହୁରି ଭୟଙ୍କର ମଣିଷ ବୋଲି ମଧ୍ୟ ଲୋକେ କହୁଛନ୍ତି । କେବଳ ଗୋଟିଏ ଗର୍ଭବତୀ ହାତୀର ମୃତ୍ୟୁ ହୋଇଛି ନା ମାନବିକତା ମରିଯାଇଛି ? ଏପରି ପ୍ରଶ୍ନ ମଧ୍ୟ ସୋସିଆଲ ମିଡିଆରେ ଘୁରିବୁଲୁଛି । ଦେଖନ୍ତୁ କିଏ କେମିତି ହାତୀ ପାଇଁ ନ୍ୟାୟ ମାଗିଛନ୍ତି...
— Ratan N. Tata (@RNTata2000) June 3, 2020
Appalled to hear about what happened in Kerala. Let's treat our animals with love and bring an end to these cowardly acts. pic.twitter.com/3oIVZASpag
— Virat Kohli (@imVkohli) June 3, 2020
How?????? How can something like this happen??? Do people not have hearts??? My heart has shattered and broken... The perpetrators need to be punished in the STRICTEST way. @PetaIndia @CMOKerala pic.twitter.com/697VQXYvmb
— Shraddha (@ShraddhaKapoor) June 2, 2020
Ministry of Law and Justice, : Justice for our Voiceless friends - Sign the Petition! https://t.co/wHCZ3HwH1T via @ChangeOrg_India
— Kapil Sharma (@KapilSharmaK9) June 3, 2020
ସୂଚନାଯୋଗ୍ୟ, ଗତ ସପ୍ତାହରେ ସୋସିଆଲ ମିଡିଆରେ ହଠାତ୍ ଭାଇରାଲ ହେବାରେ ଲାଗିଥିଲା ମାନବିକତାକୁ ହତ୍ୟା କଲା ଭଳି ଏକ ଚିତ୍ର । ଘଟଣାଟି କେରଳରେ ଘଟିଛି । ଖାଦ୍ୟ ଅନ୍ୱେଷଣରେ ଏକ ହାତୀ ପାଲ୍ଲକଡ ଜଙ୍ଗଲ ନିକଟ ଗାଁକୁ ପଶିଆସିଥିଲା । ହେଲେ ବିଡମ୍ବନା ଗାଁ ଦୁଆରେ ହାତୀ ପାଇଁ ମୃତ୍ୟୁର ନାଗ ଫାଶ ବିଛାଇ ରଖିଥିଲେ କିଛି ଦୁର୍ବୁତ୍ତ । ସପୁରୀ ଭିତରେ ବିସ୍ଫୋରକ ପୂରାଇ ହାତୀକୁ ଖୋରାକ୍ ଦେବା ପାଇଁ କରାଯାଇଥିଲା ପ୍ଲାନ୍ । ଆଉ ବିଚରା ହାତୀ ଖାଦ୍ୟ ଲୋଭରେ ବିସ୍ଫୋରକ ଭର୍ତ୍ତି ସପୁରୀକୁ ଉଠାଇ ନେଇ ଖାଇଥିଲା । ଆଉ ତାପରେ ବିସ୍ଫୋରଣରେ ଗୁରୁତର ଆଘତ ଲାଗିଥିଲା ହାତୀର ପାଟି ଓ ଜୀଭରେ । 3-4 ଦିନ ଗଭୀର ଯନ୍ତ୍ରଣାରେ ଛଟପଟ ହେବା ପରେ ହାତୀଟି ଜଂଗଲରେ ଥିବା ନଦୀ ଭିତରେ ପଶିଯାଇଥିଲା । ଆଉ ସେଠାରେ 3 ଦିନ କାଳ ଠିଆହେବା ପରେ ଯନ୍ତ୍ରଣାରେ ଶେଷରେ ମୃତ୍ୟୁ ଘଟିଥିଲା ହାତୀର । ସବୁଠାରୁ ଦୁଃଖର ବିଷୟ ହେଲା ହାତୀଟି ଗର୍ଭବତୀ ଥିଲା ।
