ଅନ୍ୟପକ୍ଷରେ ବାରାମୂଳାରେ ହୋଇଥିବା ଅନ୍ୟ ଏକ ମିଳିତ ଅପରେସନରେ ଗିରଫ ହୋଇଛନ୍ତି ଲସ୍କର ଇ ତୋଇବାର ୨ ଜଣ କୁଖ୍ୟାତ ଆତଙ୍କବାଦୀ । ସେମାନଙ୍କଠାରୁ ଅନେକ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି । ଏହାଫଳରେ ସେମାନଙ୍କ ଦ୍ବାରା ହେବାକୁ ଥିବା ଆତଙ୍କୀ କାର୍ଯ୍ୟକୁ ପଣ୍ଡ କରାଯାଇ ପାରିଛି ।
ସେନାର ଏନକାଉଣ୍ଟରରେ ତିନି ଆତଙ୍କବାଦୀ ନିହତ

ଜାମ୍ମୁକାଶ୍ମୀର: ଜାମ୍ମୁକାଶ୍ମୀରରେ ସୁରକ୍ଷାବଳକୁ ବଡ଼ ସଫଳତା । ଦୁଇଟି ଭିନ୍ନ ଭିନ୍ନ ଅପରେସନରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଜାମ୍ମୁକାଶ୍ମୀରର ପୁଲ୍ଓ୍ୱାମାରେ ଏହି ଏନକାଉଣ୍ଟର ହୋଇଛି। ତେବେ ୩ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା। ଏହି ତିନି ଆତଙ୍କୀ ଲସ୍କର ସହ ସମ୍ପୃକ୍ତ ଥିଲେ।ଏନକାଉଣ୍ଟରରେ ହିଜିବୁଲ ମୁଜାହିଦ୍ଦିନର ଜଣେ କୁଖ୍ୟାତ ଆତଙ୍କବାଦୀ ନିପାତ ହୋଇଥିବାର ସୂଚନା ମିଳିଛି । ସେଠାରେ ସୁରକ୍ଷାବଳର ଅପରେସନ୍ ଜାରିରହିଛି ।
Download Argus News App
