ଶିବମ ସୁରକ୍ଷିତ ଉଦ୍ଧାର ପରେ ତାକୁ ମେଡିକାଲରେ ଭର୍ତ୍ତି କରି ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଛି। ପୁଅକୁ ପାଖରେ ପାଇ ମାଆ ଆଖିରେ ଲୁହ। ବାପାଙ୍କ ମନ ଥୟ ଧରୁନି। ହେଲେ କେହି କେବେ ଭାବିଛନ୍ତି ବାରମ୍ବାର ଏମିତି ପରିସ୍ଥିତି କାହିଁକି ସୃଷ୍ଟି ହେଉଛି। ମଧ୍ୟପ୍ରଦେଶ ସିହୋରର ନାନ୍ସି ବିଶ୍ବକର୍ମା ହୁଅନ୍ତୁ କି ସେହି ରାଜ୍ୟର ବିଦିଶା ଜିଲ୍ଲାର ଲୋକେଶ ଅହିରୱାର, ଛତିଶଗଡ଼ର ରାହୁଲ ହୁଅନ୍ତୁ କି ବିହାରର ଶିବମ କୁମାର। ସମସ୍ତଙ୍କ କ୍ଷେତ୍ରରେ ପରିସ୍ଥିତି ସମାନ, ଅସୁବିଧା ବି ସମାନ। ହେଲେ ଏଠି ପ୍ରଶ୍ନ କାହା ଭୁଲରୁ ଏହି ନିଷ୍ପାପ ଶିଶୁମାନେ ଏଭଳି ଜୀବନ ମରଣ ସଂକଟରେ ପଡୁଛନ୍ତି ? କାହାର ଅବହେଳାରୁ ବାରମ୍ବାର ଘଟୁଛି ଏଭଳି ଅଘଟଣ ? ବୋରୱେଲରେ ପଡ଼ି ଆଉ କେତେ ଜୀବନ ଗଲା ପରେ ଚେତିବ ପ୍ରଶାସନ ? ବୋରୱେଲ୍ ଖୋଳି ମୁକୁଳା ଛାଡ଼ି ଦେଉଥିବା ଅବହେଳାକାରୀଙ୍କ ଉପରେ କେବେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ ? ବିହାରର ଏ ଘଟଣା ସାମ୍ନାକୁ ଆସିବା ପରେ ସାଧାରଣରେ ଏବେ ଏମିତି ପ୍ରଶ୍ନ ଉଠାଇଲେଣି ଲୋକେ।
ଅଧିକ ପଢନ୍ତୁ ଭାରତ ଖବର