35 new cases of COVID-19 have been reported in Border Security Force (BSF) today. The total number of COVID-19 cases in the force crosses 250. pic.twitter.com/tni1l7vZGM— ANI (@ANI) May 9, 2020
କରୋନା ମହାମାରୀ ବିରୁଦ୍ଧରେ ସାରା ବିଶ୍ୱ ଲଢ଼ୁଛି । ଭାରତରେ ମଧ୍ୟ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଏଭଳି ଏକ ସମୟରେ ଯୋଦ୍ଧା ଭଳି ଲୋକଙ୍କ ସୁରକ୍ଷା ପାଇଁ ଦିନ ରାତି ଏକ କରିଥିବା ଯବାନ, ପୋଲିସ କରୋନା କୋପରୁ ବର୍ତ୍ତି ପାରିନାହାନ୍ତି ।
ଦେଶରେ କରୋନା ମୁକାବିଲା ପାଇଁ ଲକ୍ ଡାଉନ୍ ଜାରି ରହିଛି । ଏହି ସମୟରେ ସାଧାରଣ ଲୋକଙ୍କୁ ଅସୁବିଧା ନହେବା ପାଇଁ ଯବାନ, ପୋଲିସ 24 ଘଣ୍ଟା କାର୍ଯ୍ୟ କରୁଛନ୍ତି । କିନ୍ତୁ ସେମାନେ କରୋନାରେ ଆକ୍ରାନ୍ତ ହେବାକୁ ନେଇ ଚିନ୍ତା ବୃଦ୍ଧି ପାଇବା ସ୍ୱାଭାବିକ ।