ରାଜ୍ୟ ସଭାପତି ସମୀର ମହାନ୍ତି ଦଳର ଆଗାମୀ ପଲିଟିକାଲ ରୋଡ ମ୍ୟାପ ଉପରେ କର୍ମୀଙ୍କୁ ପ୍ରଶିକ୍ଷିତ କରିବେ ବୋଲି ସୂଚନା ମିଳିଛି । ଏହାସହ ଶେଷ ଦିନର ଶିବିରରେ ମଧ୍ୟ ରାଜ୍ୟ ପ୍ରଭାରୀ, ସମସ୍ତ ବିଧାୟକ, ସାଂସଦ, ପଦାଧିକାରୀ, ସାଧାରଣ ସମ୍ପାଦକ, ଉପସଭାପତି, ଜିଲ୍ଲା ସଭାପତି ଓ ପ୍ରଭାରୀ, 2019ରେ ନିର୍ବାଚନ ଲଢିଥିବା ବିଧାୟକ ଓ ସାଂସଦ ପ୍ରାର୍ଥୀ ମାନେ ଉପସ୍ଥିତ ରହିବେ ।
24 ମହାଲଢେଇ ପାଇଁ ବିଜେପି ପ୍ରସ୍ତୁତ କରୁଛି ବଡ଼ ରଣନୀତି । ଅମିତ ଶାହଙ୍କ ମିଶନ 120 ପ୍ଲସ ଆହ୍ୱାନର ସଫଳ ରୂପାୟନ ଓ ଲୋକସଭାରେ 16 ସିଟ ଦଖଲ ପାଇଁ ରୋଡ଼ମ୍ୟାପ୍ ପ୍ରସ୍ତୁତ କରୁଛି ବିଶ୍ବର ସର୍ବବୃହତ ରାଜନୈତିକ ଦଳ । ତେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡା ଆସନ୍ତା 29 ଓ 30ରେ ଆସିଲା ପରେ ପ୍ରସ୍ତୁତ ହେବ ଫାଇନାଲ ୱାର ମ୍ୟାପ୍ ।
ରାଜନୀତି ଖବର ଆହୁରି ପଢନ୍ତୁ ।