ଅର୍ଗସ ବ୍ୟୁରୋ : ଆଜିଠାରୁ ଦେଶବ୍ୟାପି ଲକଡାଉନର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ ହେଉଛି। ଆସନ୍ତା ମେ 31 ଯାଏଁ ତାଲାବନ୍ଦ ବଳବତ୍ତର ରହିବ। କୋରୋନା ସଂକ୍ରମଣ ରୋକିବାକୁ କେନ୍ଦ୍ର ସରକାର ତାଲାବନ୍ଦ କଟକଣା ବଳବତ୍ତର ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ତାଲାବନ୍ଦର ଚତୁର୍ଥ ପର୍ଯ୍ୟାୟରେ କେଉଁ ଅଞ୍ଚଳରେ କିଭଳି କଟକଣା ଲାଗୁହେବ ସେନେଇ ରାଜ୍ୟ ସରକାରମାନେ ନିଷ୍ପତ୍ତି ନେବେ। ତେବେ ଏହାରି ମଧ୍ୟରେ ଦେଶର ଅର୍ଥନୀତିକୁ ଗତିଶୀଳ କରିବା ପାଇଁ କେନ୍ଦ୍ର ସରକାର କଟକଣାରେ କିଛି କ୍ଷେତ୍ରରେ କୋହଳ କରିଛନ୍ତି ଓ ଅନ୍ୟ କିଛି କ୍ଷେତ୍ରରେ କଟକଣା ବଳବତ୍ତର ରହିଛି।
ସୂଚନାନୁଯାୟୀ, ନୂତନ ନିର୍ଦ୍ଦେଶାଳବଳୀ ଅନୁଯାୟୀ, ସେଲୁନ୍, ସ୍ପା, ମଦଦୋକାନ, ପାନ ଓ ସିଗାରେଟ ଦୋକାନ ଖୋଲିପାରିବ । ମେଡିକାଲ କ୍ଲିନିକ, ଓପିଡି ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ କୌଣସି ବି ଜୋନରେ ବେସାମରିକ ବିମାନ ଚଳାଚଳ, ମେଟ୍ରୋ ଟ୍ରେନ୍ ଚଳାଚଳ କରିବ ନାହିଁ । ଶିକ୍ଷାନୁଷ୍ଠାନ, ହୋଟେଲ, ରେସ୍ତୋରାଂ, ମଲ୍, ସିନେମା ହଲ୍ ଓ ଜିମ୍ ଖୋଲିପାରିବେ ନାହିଁ । ଧାର୍ମିକ ସ୍ଥଳ ବା ଅନ୍ୟ କୌଣସି ସ୍ଥାନରେ ଭିଡ ସୃଷ୍ଟି କରି ପାରିବ ନାହିଁ । ଗ୍ରୀନ, ଅରେଞ୍ଜ ଓ ରେଡ୍ ଜୋନରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଚାଲିବ । ଏହି ତିନିଟି ଜୋନରେ ଆନ୍ତଃରାଜ୍ୟ ଯାତାୟତକୁ ଅନୁମତି ଦିଆଯାଇଛି ଏବଂ ଜିଲ୍ଲା ଭିତରେ ଓ ଆନ୍ତଃଜିଲ୍ଲା ବସ୍ ଚାଲିବା ପାଇଁ ଅନୁମତି ଦିଆଯାଇଛି ।
ସେହିପରି ସହରାଞ୍ଚଳର ସମସ୍ତ କଳକାରଖାନା ଖୋଲିବାକୁ ଅନୁମତି ଦିଆଯାଇଛି । ବ୍ୟାଙ୍କ, ପୋଷ୍ଟ ଅଫିସ ଓ କୋରିୟର ସେବା ଜାରି ରହିବ । ଷ୍ଟାଡିୟମ, ସ୍ପୋର୍ଟସ କମ୍ପଲେକ୍ସ ଖୋଲିବାକୁ ଅନୁମତି ଦିଆଯାଇଛି। ଗ୍ରୀନ, ଅରେଞ୍ଜ ଓ ରେଡ୍ ଜୋନରେ ଅଟୋ ଓ ଟ୍ୟାକ୍ସି ଜଣେ ଡ୍ରାଇଭର ଓ ଜଣେ ଯାତ୍ରୀଙ୍କୁ ନେଇ ଚଳାଚଳ କରିପାରିବ । ସେହିପରି ଚାରି ଚକିଆ ଗାଡିରେ ଜଣେ ଡ୍ରାଇଭର ଓ ଦୁଇ ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରିପାରିବ । ଗ୍ରୀନ ଓ ଅରେଞ୍ଜ ଜୋନରେ ଦୁଇ ଚକିଆ ଯାନରେ ୨ ଜଣ ଯାଇପାରିବେ ଓ ରେଡ୍ ଜୋନରେ ଜଣେ ଯାଇପାରିବେ । କିନ୍ତୁ କଂଟେନମେଂଟ ଜୋନରେ ପୂର୍ବଭଳି ସମସ୍ତ କଟକଣା ବଳବତ୍ତର ରହିବ । ଏଥିସହ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସମସ୍ତ ଜୋନରେ ଘରୁ ବାହାରିବାକୁ ମନା କରାଯାଇଛି । ଅପର ପକ୍ଷରେ କୃଷି ସମ୍ପର୍କିତ ସମସ୍ତ କାର୍ଯ୍ୟ ଚାଲିପାରିବ। ଏତଦ୍ ବ୍ୟତୀତ ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି ,୧୦ ବର୍ଷରୁ କମ୍ ବୟସର ପିଲା ଓ ଗର୍ଭବତୀ ମହିଳା ସମ୍ପୂଣ୍ଣ ଭାବେ ଘରେ ରହିବାକୁ କୁହାଯାଇଛି । ତେବେ ଓଡିଶାରେ କେଉଁ କଟକଣା ଲାଗୁ ହେବ ସେ ନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରିବା ପରେ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି ।
ଅର୍ଗସ ବ୍ୟୁରୋ : ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କୁ ବିଜେଡିରୁ ବହିଷ୍କାର ପ୍ରସଙ୍ଗ । କାହିଁକି ଗିରଫ ହୋଇନାହାନ୍ତି ସୁଧାଂଶୁ ବୋଲି ପ୍ରଶ୍ନ କଲେ ବିଜେପି ବିଧାୟକ । ଭିଜିଲାନ୍ସ ତଦନ୍ତରେ ସୁଧାଂଶୁଙ୍କ ସମ୍ପୃକ୍ତି ବିଷୟରେ ସ୍ପଷ୍ଟ ହୋଇଛି । ସୁଧାଂଶୁଙ୍କ ଦ୍ବାରା ହୋଇଥିବା ମହାଠକେଇ ହେଉଛି ୨୦୧୭ରୁ ୨୦୨୦ ସମୟରେ । ଚାଷୀଙ୍କର କୋଟି କୋଟି ଟଙ୍କାର ସବସିଡି ହଡ଼ପ ନେଇ ଭିଜିଲାନ୍ସ ତଦନ୍ତରେ ସ୍ପଷ୍ଟ ହୋଇଛି । ସ୍ପଷ୍ଟ ହେବା ପରେ ବି କାହିଁକି ରାଜ୍ୟ ସରକାର ଦୀର୍ଘ ଦିନ ଧରି ଚୁପ୍ ବସିଥିଲେ ?
ଅଧିକ ପଢନ୍ତୁ ଓଡ଼ିଶା ଖବର
ଲୋକାୟୁକ୍ତଙ୍କ ରିପୋର୍ଟରେ ଅଭିଯୋଗ ପ୍ରମାଣିତ ପରେ ବି କାହିଁକି ଗିରଫ ହୋଇନାହାନ୍ତି ସୁଧାଂଶୁ ? କେବେ ଚାଷୀମାନେ ହରାଇଥିବା ୩୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଫେରି ପାଇବେ ? । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରେସ୍ ରିଲିଜ୍ କେବେ ଆସିବ ବୋଲି ସେ ପ୍ରଶ୍ନ କରିଛନ୍ତି । ସ୍ଵଚ୍ଛ ଭାବମୂର୍ତ୍ତିର ନାଟକ ଆଉ ଲୋକେ ବିଶ୍ଵାସ କରୁନାହାନ୍ତି । ବିଜେଡିର ୪୦ ବିଧାୟକଙ୍କ ନାଁରେ ସଙ୍ଗିନ ଅପରାଧିକ ମାମଲା ରହିଛି । ସେମାନଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶ୍ନ କରିଛନ୍ତି ମୁକେଶ ମହାଲିଙ୍ଗ ।
ସେପଟେ ରାଜ୍ୟରେ ଚାଲିଥିବା ଅଗଣତାନ୍ତ୍ରିକ ବ୍ୟବସ୍ଥାକୁ ପ୍ରଶ୍ନ କଲେ ମିଛ ମାମଲାରେ ଫସାଯିବ ବୋଲି ସେ କହିଛନ୍ତି । ଯେଉଁ ଗଣମାଧ୍ୟମ ଏହି ପ୍ରଶ୍ନ କରିବ ତାକୁ ମିଛ ମାମଲାରେ ଫସାଯିବ । ଜଣେ ସଚିବଙ୍କୁ ସମାଲୋଚନା କରିବାରୁ ମିଛ ମାମଲା ଓ କାର୍ଯ୍ୟାନୁଷ୍ଠାନ ହେଉଥିବା ସେ ଅଭିଯୋଗ କରିଛନ୍ତି । ଏହା ବିଜୁ ଜନତା ଦଳ ଭିତରେ ଥିବା ଅସହାୟତାକୁ ଦର୍ଶାଉଛି ବୋଲି ସେ କହିଛନ୍ତି ।
ଅର୍ଗସ ବ୍ୟୁରୋ : ସେପ୍ଟେମ୍ବର ୨୩ରେ ବାରଣାସୀ କ୍ରିକେଟ୍ ଷ୍ଟାଡିୟମର ହେବ ଶିଳାନ୍ୟାସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶିଳାନ୍ୟାସ କରିବାର ରହିଛି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ସଚିନ୍ ତେନ୍ଦୁଲକର, ସୁନୀଲ ଗାଭାସ୍କର, କପିଲ ଦେବ, ରବି ଶାସ୍ତ୍ରିଙ୍କ ସମେତ ଅନେକ ଭେଟେରାନ୍ କ୍ରିକେଟର ସାମିଲ ହେବେ ।
ଅଧିକ ପଢନ୍ତୁ ଭାରତ ଖବର
୪୫୦କୋଟି ଟଙ୍କା ବ୍ୟୟରେ ଏହି ଷ୍ଟାଡିୟମଟି ନିର୍ମାଣ କାର୍ଯ୍ୟ ଜାରି ରହିଛି । ପ୍ରାୟ ୩୦ ହଜାର ଦର୍ଶକ ଏହି ଷ୍ଟାଡିୟମରେ ବସି ଖେଳ ଦେଖିପାରିବେ । ଏହି ଷ୍ଟାଡିୟମର ଥିମେଟିକ୍ ସ୍ଥାପତ୍ୟ ଭଗବାନ ଶିବଙ୍କଠାରୁ ପ୍ରେରଣା ଆଣୁଛି । ଯେଉଁଥିରେ କ୍ରେସେଣ୍ଟ୍ ଆକୃତିର ଛାତ କଭର, ଟ୍ରାଇଡେଣ୍ଟ୍ ଆକୃତିର ବନ୍ୟା-ଲାଇଟ୍, ଘାଟ ଷ୍ଟେପ୍ ଆଧାରିତ ବସିବା, ବିଲଭିପାଟ୍ରା ଆକୃତିର ଧାତବ ସିଟ୍ ପାଇଁ ଡିଜାଇନ୍ ପ୍ରସ୍ତୁତ କରାଯାଇଛି ।
ଅର୍ଗସ ବ୍ୟୁରୋ : ୧୪ ଦିନ ପରେ ଚନ୍ଦ୍ରପୃଷ୍ଠରେ ଆସନ୍ତାକାଲି ଆସିବାକୁ ଯାଉଛି ସକାଳ । ଭାରତୀୟ ବୈଜ୍ଞାନିକଙ୍କ ମନରେ ନୂଆ ଆଶାର ସଞ୍ଚାର । ଆସନ୍ତାକାଲିର ସୂର୍ଯ୍ୟୋଦୟ ସହ ବିକ୍ରମ ଓ ପ୍ରଜ୍ଞାନ ନିଦରୁ ଉଠିବେ ବୋଲି ଆଶା ପ୍ରକାଶ କରିଛି ଇସ୍ରୋ । ଶିବ ଶକ୍ତି ପଏଣ୍ଟରେ ଆସିବାକୁ ଥିବା ସକାଳ ଭାରତ ମନରେ ଭରି ରହିଛି ଅନେକ ଆଶା । ଏହି ନୂଆ ସକାଳ ସହ ସ୍ଲିପ ମୋଡରୁ ଉଠିବେ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ । ପୁଣି ଥରେ ଲ୍ୟାଣ୍ଡର ଓ ବିକ୍ରମ କେମିତି କାମ କରିବେ ସେ ନେଇ ଉଦ୍ୟମ କରିବ ଇସ୍ରୋ । ବିକ୍ରମ ଲାଣ୍ଡରର ରିସିଭର୍ ଅନ୍ ଥିଲେ ମଧ୍ୟ ପ୍ରବଳ ଥଣ୍ଡା ଓ ଅନ୍ଧାର ଯୋଗୁଁ ଏହାର ସବୁ ଯନ୍ତ୍ରାଂଶ ବନ୍ଦ ରହିଛି ।
ଅଧିକ ପଢନ୍ତୁ : ଚନ୍ଦ୍ରର ଦକ୍ଷିଣ ମେରୁରେ ପୁଣି ଥରେ ହେବାକୁ ଯାଉଛି ସକାଳ
ସୂର୍ଯ୍ୟଙ୍କଠାରୁ ଶକ୍ତି ଆହରଣ କରି ପୁଣି ବିକ୍ରମ ଓ ପ୍ରଜ୍ଞାନ ସକ୍ରିୟ ହେବେ ବୋଲି ଆଶା କରାଯାଉଛି । ଯଦି କୌଣସି କାରଣରୁ ଏହା ସମ୍ଭବ ନ ହୁଏ, ତେବେ ବିକ୍ରମ ଓ ପ୍ରଜ୍ଞାନ ସବୁଦିନ ପାଇଁ ଚନ୍ଦ୍ରପୃଷ୍ଠରେ ଭାରତର ‘ମହାକାଶ ଦୂତ’ ଭାବେ ପଡିରହିବେ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଅଗଷ୍ଟ ୨୩ ସନ୍ଧ୍ୟାରେ ଚନ୍ଦ୍ରଯାନ-୩ ସଫଳତାର ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରି ଇତିହାସ ରଚିଥିଲା । ଅବତରଣର କିଛି ଘଣ୍ଟା ପରେ ବିକ୍ରମରୁ ଅଲଗା ହୋଇ ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ବିଚରଣ କରିବା ସହ ଇସ୍ରୋକୁ ବିଭିନ୍ନ ପ୍ରକାର ତଥ୍ୟ ଓ ଫଟୋ ପଠାଇଥିଲା ।
ଉଭୟ ଲ୍ୟାଣ୍ଡର ଓ ରୋଭର ସୂର୍ଯ୍ୟଙ୍କ କିରଣରୁ ଶକ୍ତି ସଂଗ୍ରହ କରି କାର୍ଯ୍ୟ ସମ୍ପାଦନ କରୁଥିଲେ । ତେବେ ଚନ୍ଦ୍ରରେ ରାତି ହେବା ଫଳରେ ସେପ୍ଟେମ୍ବର ୪ରେ ଉଭୟ ବିକ୍ରମ ଓ ପ୍ରଜ୍ଞାନକୁ ଇସ୍ରୋ ପକ୍ଷରୁ ସ୍ଲିପ୍ ମୋଡ୍ରେ ରଖାଯାଇଥିଲା । ଏହି ୧୪ ଦିନ ଚନ୍ଦ୍ରର ଦକ୍ଷିଣ ମେରୁରେ ତାପମାତ୍ରା ମାଇନସ୍ ୨୫୦ ଡିଗ୍ରୀ ଥିବା ବେଳେ ବିକ୍ରମ ଓ ପ୍ରଜ୍ଞାନ ପୁନଃ କାର୍ଯ୍ୟ କରିବା ଏତେଟା ସହଜ ନୁହେଁ । ତେବେ ଯଦି ଇସ୍ରୋ ଲ୍ୟାଣ୍ଡର ଓ ରୋଭରକୁ ସକ୍ରିୟ କରିବାରେ ସଫଳ ହୁଏ ତେବେ ଏହା ଭାରତ ପାଇଁ ବଡ଼ ସଫଳତା ହେବ ।